ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଆଡଭାନ୍ସ ବୁକିଂରେ କଲା ଜବରଦସ୍ତ କଲେକ୍ସନ୍‌, ଜାଣନ୍ତୁ କେତେ ହଜାର ଟିକେଟ କଲା ବିକ୍ରି

ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମଟି ଆଡଭାନ୍ସ ବୁକିଂରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ସିନେମା ହଲରେ ରିଲିଜ୍ ହେବା ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ର ଟିକେଟ୍ ଆଡଭାନ୍ସ ବୁକିଂ ବହୁତ ଦ୍ରୁତ ଗତିରେ ଚାଲିଛି । ଏବେ ଆଡଭାନ୍ସ ବୁକିଂର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି ।

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମଟି ଆଡଭାନ୍ସ ବୁକିଂରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ସିନେମା ହଲରେ ରିଲିଜ୍ ହେବା ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ର ଟିକେଟ୍ ଆଡଭାନ୍ସ ବୁକିଂ ବହୁତ ଦ୍ରୁତ ଗତିରେ ଚାଲିଛି । ଏବେ ଆଡଭାନ୍ସ ବୁକିଂର ପ୍ରଥମ ଦିନର କଲେକ୍ସନ୍‌ ସାମ୍ନାକୁ ଆସିଛି । ଯେଉଁଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ପ୍ରଥମ ଦିନରେ ବିପୁଳ ଟଙ୍କା ରୋଜଗାର କରିବାକୁ ଯାଉଛି । ଏପରି ଭାବେ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ପ୍ରଥମ ଦିନର ଆଡଭାନ୍ସ ବୁକିଂର କଲେକ୍ସନ୍‌ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଆଡଭାନ୍ସ ବୁକିଂର ପ୍ରଥମ ଦିନରେ ୧୨୦୦୦ ରୁ ଅଧିକ ଟିକେଟ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛି । ଏପ୍ରିଲ ୧୦ରେ ବଡ ପରଦାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ୧୨ ହଜାର ଟିକେଟ୍ ବିକ୍ରି ହେବା ସହିତ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବାର ସୂଚନା ମଧ୍ୟ ମିଳିଛି ।

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଆକ୍ସନ୍, କମେଡି ଏବଂ ରୋମାନ୍ସ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ରିଲିଜ୍ ପୂର୍ବରୁ ମଧ୍ୟ ୧୨୦୦୦ରୁ ଅଧିକ ଟିକେଟ ବିକ୍ରି କରିଛି । ଏହି ଫିଲ୍ମ ସହିତ ଅଜୟ ଦେବଗାନଙ୍କ ଫିଲ୍ମ ‘ମଇଦାନ’ ମଧ୍ୟ ରିଲିଜ ହେବାକୁ ଯାଉଛି । ଉଭୟ ଚଳଚ୍ଚିତ୍ର ଦେଖିବାକୁ ପ୍ରଶଂସକ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ ଏହି ଦୁଇଟି ଫିଳ୍ମ ବକ୍ସ ଅଫିସରେ ପରସ୍ପରକୁ କଡା ଟକର ଦେବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଦୁଇଟି ଫିଲ୍ମ ଏପ୍ରିଲ ୧୦ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି ।

ତେବେ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଏକ ଆକ୍ସନ୍ ପ୍ୟାକ୍ ଫିଲ୍ମ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବ୍ବାସ ଜାଫର । ଏହି ଫିଲ୍ମଟି ଇଦ୍‌ର ସିନେମା ହଲ୍‌ରେ ମୁକ୍ତିଲାଭ କରିବ । ଫିଲ୍ମର ପୁରା ଷ୍ଟାର କାଷ୍ଟ ଏହାକୁ ଜୋରଦାର ପ୍ରୋମସୋନ କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ମନୁଷିଙ୍କ ସହ ଆଲାୟା ଏଫ, ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା, ସାଉଥ ଷ୍ଟାର ପୃଥୀରାଜ ମୁଖ୍ୟ ଭୂମିକାରେ ନଜର ଆସିବା ପାଇଁ ଯାଉଛନ୍ତି ।

ସୂଚନା ମୁତାବକ, ଅକ୍ଷୟ କୁମାରଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ମିଶନ ରାନିଗଞ୍ଜ’ରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ତାଙ୍କର ଭୂମିକାକୁ ବହୁତ ପ୍ରଶଂସା କରାଯାଇଥିଲା । ତେବେ ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କୁ ଆହୁରି ଅନେକ ଫିଲ୍ମରେ ଦେଖିବାକୁ ମିଳିବେ, ସେଥିମଧ୍ୟରେ ‘ଓ୍ଵଲ୍‌କମ୍‌ ଟୁ ଜଙ୍ଗଲ୍‌’ ଏବଂ ‘ହେରା ପେରି ୩’ ରହିଛି । ଟାଇଗର ଶ୍ରଫଙ୍କ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ବ୍ୟତୀତ ତାଙ୍କୁ ‘ସିଙ୍ଘମ୍‌ ୩’ ରେ ଦେଖିବାକୁ ମିଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.