ବିଶ୍ୱକପ ୨୦୨୩ ହାରିବା ପରେ ପ୍ରଥମଥର ଆସିଲା ରୋହିତଙ୍କ ପ୍ରତିକ୍ରିୟା, ‘ଆତ୍ମବିଶ୍ୱାସ ଥିଲା…କି ଆମେ…

ରୋହିତ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଏହା କହିବା ବହୁତ କଷ୍ଟକର, ମ୍ୟାଚର ଦୁଇଦିନ ପୂର୍ବରୁ ଆମେ ଅହମଦାବାଦରେ ଥିଲୁ । ଅଭ୍ୟାସ ମଧ୍ୟ କରିଥିଲୁ । ଟିମରେ ସବୁକିଛି ଭଲ ଥିଲା । ଟିମ ଯେମିତି ଅଟୋପାଇଲଟ ମାଡରେ ଥିଲା । ଆତ୍ମବିଶ୍ୱାସ ଥିଲା…କି ଆମେ…।

ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରଣ ହୋଇଛି । ଏହି ଏପିସୋଡରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ମସ୍ତି କରୁଥିବା ନଜର ଆସିଛନ୍ତି । କପିଲ ଶର୍ମାଙ୍କ ମଜାଳିଆ ପ୍ରଶ୍ନର ଉତ୍ତର ଦେଉଛନ୍ତି ଉଭୟ । ବିଶ୍ୱକପ ୨୦୨୩ ହାରିବା ପରେ ରୋହିତ ଶର୍ମାଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଏଥିରେ କପିଲ ଶର୍ମା ପ୍ରଶ୍ନ ପଚାରିଥିଲେ, ଭାରତୀୟ ଟିମ୍‌ ପୁରା ବିଶ୍ୱକପରେ ଭଲ ଖେଳିଥିଲା, କିନ୍ତୁ ଶେଷ ଫାଇନାଲ ମ୍ୟାଚ କିଭଳି ହାତରୁ ଚାଲିଗଲା । ରୋହିତ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଏହା କହିବା ବହୁତ କଷ୍ଟକର, ମ୍ୟାଚର ଦୁଇଦିନ ପୂର୍ବରୁ ଆମେ ଅହମଦାବାଦରେ ଥିଲୁ । ଅଭ୍ୟାସ ମଧ୍ୟ କରିଥିଲୁ । ଟିମରେ ସବୁକିଛି ଭଲ ଥିଲା । ଟିମ ଯେମିତି ଅଟୋପାଇଲଟ ମାଡରେ ଥିଲା । ଆତ୍ମବିଶ୍ୱାସ ଥିଲା…କି ଆମେ…।

 

View this post on Instagram

 

A post shared by Netflix India (@netflix_in)

ଯେତେବେଳେ ଫାଇନାଲ ମ୍ୟାଚ ଆରମ୍ଭ ହୋଇଥିଲା, ଆମେ ଭଲ ଆରମ୍ଭ କରିଥିଲୁ । କିନ୍ତୁ ଶୁବମନ ଗିଲ ଜଲଦି ଆଉଟ ହେବା, ତା’ପରେ ବିରାଟ ଓ ମୋର ପାଟର୍ନରସିପ ହୋଇଥିଲା । ଆତ୍ମବିଶ୍ୱାସ ଥିଲା କି ଆମେ ଭଲ ବଡ ସ୍କୋର କରିବୁ । କିନ୍ତୁ ଫାଇନାଲରେ ଖେଳିବା.. ବଡ ମ୍ୟାଚରେ… ରନ୍‌ ଅଧିକ କଲେ ସାମ୍ନା ଟିମ ଉପରେ ଚାପ ପଡିବ । ସେମାନେ ଭଲ ଖେଳିଲେ, ତାଙ୍କର ବଡ ପାଟର୍ନରସିପ ହେଲା ।

ତେବେ ରୋହିତଙ୍କ ଏଭଳି କଥାରେ ଅର୍ଚ୍ଚନା କହିଥିଲେ, ଆମେ ମ୍ୟାଚ ହାରିଗଲୁ ସତ କିନ୍ତୁ ଆପଣମାନେ ଆମ ହୃଦୟରେ ସବୁବେଳେ ରହିବେ । ସମଗ୍ର ଦେଶ ଆପଣମାନଙ୍କ ଅନ୍ୟ ମ୍ୟାଚକୁ ବହୁତ ଏନଜୟ କରିଥିଲା । ଫ୍ୟାନ୍ସ ସଂପୂର୍ଣ୍ଣଟିମକୁ ବହୁତ ସପୋର୍ଟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.