Below header

ମୟୁରଭଞ୍ଜ: “ସାରନା ଧର୍ମ”କୁ ମାନ୍ୟତା ଦାବିରେ ଅଖଚକ ବନ୍ଦ କଲେ ସ୍ଥାନୀୟ ଆଦିବାସୀ

ମୟୁରଭଞ୍ଜ(କେ ନ୍ୟୁଜ):  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ମୁଖ୍ୟରାସ୍ତାକୁ ଆଜି ଆଦିବାସୀ ସମ୍ପ୍ରଦାୟର କେତେକ ମହିଳା, ପୁରୁଷ ମାନେ ସାରନା ଧର୍ମର ମାନ୍ୟତା ଦାବିରେ ଚକାଜାମ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଅର୍ଥାତ ଜାନୁଆରୀ ୩୧ ତାରିଖ ଚକାଜାମ ଆନ୍ଦୋଳନରେ କରଞ୍ଜିଆ ବ୍ଲକ ର ଆଦିବାସୀ ମାନେ ମଧ୍ୟ୍ୟ ସାମିଲ ହୋଇଥିଲେ । ଏହି ଆନ୍ଦୋଳନରେ ସାମିଲ ହୋଇ ଆଜି କରଞ୍ଜିଆ ନେତାଜୀ ଛକ ଠାରେ ଶତାଧିକ ମହିଳା, ପୁରୁଷ ରାଜରାସ୍ତା ଓଲ୍ହାଇବା ସହ ଗାଡି ଚଳାଚଳ ବନ୍ଦ ରଖିଛନ୍ତି । ଚଳିତ ବର୍ଷର ଅର୍ଥାତ ୨୦୨୧ ଜନଗଣନା ପୂର୍ବରୁ ସାରନା ଧର୍ମ କୋଡ଼ର ମାନ୍ୟତା ଦିଆଯିବା ନେଇ ଦାବି କରିଛନ୍ତି ।

। କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହ ସହରର ଅନ୍ୟତମ ମୁଖ୍ୟରାସ୍ତା କଲେଜଛକ ନିକଟରେ ମଧ୍ୟ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାରେ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଲୋକେ ରାସ୍ତାରେ ଅଟକି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.