Below header

ରେକର୍ଡ ହେଲା ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ ବୟାନ, ଖୁବ ଜଲଦି ଜଣା ପଡିବ କାରଣ

ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରାଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌ ତାଙ୍କ ପ୍ରିଲିମିନାରୀ ବୟାନ ରେକର୍ଡ କରିଛନ୍ତି । ତାଙ୍କର ଚିକିତ୍ସା ଭୁବନେଶ୍ୱର ଏମସ୍‌ରେ ଚାଲିଛି।

କେନ୍ୟୁଜ୍(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାରେ ଆସିଲା ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ ବୟାନ । ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରାଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌ ତାଙ୍କ ପ୍ରିଲିମିନାରୀ ବୟାନ ରେକର୍ଡ କରିଛନ୍ତି । ତାଙ୍କର ଚିକିତ୍ସା ଭୁବନେଶ୍ୱର ଏମସ୍‌ରେ ଚାଲିଛି।

ସୁସ୍ଥ ହେଲା ପରେ ପୁଣି ବୟାନ ରେକର୍ଡ ହେବ । ସେପଟେ ଟ୍ରେନ ଟ୍ରାଜେଡିର କାରଣ ଖୋଜା ଚାଲିଛି । ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରୁଛନ୍ତି ରେଲେଓ୍ଵ ସେଫ୍‌ଟି କମିଶନର । କେମିତି ଓ କେଉଁ ପରିସ୍ଥିତିରେ ଏତେ ବ଼ଡ଼ ଦୁର୍ଘଟଣା ଘଟିଲା ? ମନୁଷ୍ୟକୃତ ତ୍ରୁଟି ନା ବୈଷୟିକ ତ୍ରୁଟି, ତଦନ୍ତ କରୁଛନ୍ତି ରେଲେଓ୍ଵ ସେଫଟି କମିଶନର । କାରଣ କ’ଣ ଓ କିଏ ଦାୟୀ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.