ବୃକ୍ଷରୋପଣ କରି ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିଲେ ଯାଜପୁର ସ୍ବେଚ୍ଛାସେବୀ

ପେଶାରେ ଜଣେ ବ୍ୟବସାୟୀ ହେଲେ ଗଛ ଲଗାଇବା ଯେପରି ତାଙ୍କର ନିଶା। ବିଶ୍ୱ ପରିବେଶ ଦିବସରେ ସେ ଜନ୍ମ ହୋଇଥିବାରୁ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ଶୁଭେଛୁଙ୍କ ଗହଣରେ ଜନ୍ମଦିନ ପାଳିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଯାଜପୁର(କେନ୍ୟୁଜ): ଆଜି ବିଶ୍ୱ ପରିବେଶ ଦିବସ। ପରିବେଶର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ତତ୍ପରତା। ତେବେ ପରିବେଶକୁ ନେଇ ସଚେତନ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତ କାନପୁର ଗ୍ରାମର ଶ୍ରୀନିବାସ ଜେନା। ପେଶାରେ ଜଣେ ବ୍ୟବସାୟୀ ହେଲେ ଗଛ ଲଗାଇବା ଯେପରି ତାଙ୍କର ନିଶା। ବିଶ୍ୱ ପରିବେଶ ଦିବସରେ ସେ ଜନ୍ମ ହୋଇଥିବାରୁ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ଶୁଭେଛୁଙ୍କ ଗହଣରେ ଜନ୍ମଦିନ ପାଳିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ସ୍ଥାନୀୟ ଗଡ଼ମଧୁପୁର ଠାରେ ଆଜି ପାରମ୍ପରିକ ରୀତିରେ ବୃକ୍ଷ ଦେବତାଙ୍କୁ ପୂଜା କରାଯିବା ସହ ବିଭିନ୍ନ କିସମର ଚାରା ରୋପଣ କରିଥଲେ। ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ହେବ ବୃକ୍ଷରୋପଣ କରିଆସୁଛନ୍ତି ଶ୍ରୀନିବାସ। ଧର୍ମଶାଳା ଅଂଚଳରେ ଥିବା ବିଭିନ୍ନ ସ୍କୁଲ, କଲେଜ, କ୍ଲବ ଆଦି ଅନୁଷ୍ଠାନରେ ଚାରା ବଂଟନ କରିବା ସହ ରାସ୍ତା ପାର୍ଶ୍ଵରେ ଓ ବିଭିନ୍ନ ସ୍ଥାନରେ ନିଜସ୍ୱ ଉଦ୍ୟମରେ ଗଛ ଲଗାଇଥାନ୍ତି । କେବଳ ଗଛ ଲଗାଇବା ନୁହେଁ ତାର ଯତ୍ନ ମଧ୍ୟ ସେ ନେଇଥାନ୍ତି ।

ଧର୍ମଶାଳାର କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ ବୃକ୍ଷରୋପଣ କମିଟିର ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଇବା ସହ ତାଙ୍କ ଉଦ୍ୟମରେ ଏକ ଔଷଧୀୟ ଉଦ୍ୟାନ ସୃଷ୍ଟି ହୋଇପାରିଛି । ଇତିମଧ୍ୟରେ ଶ୍ରୀନିବାସ ୩୦ହଜାରରୁ ଉର୍ଦ୍ଧ୍ୱ ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପରିବେଶ ସୁରକ୍ଷା ନେଇ ତାଙ୍କର ପ୍ରୟାସ ଜାରି ରହିଥିବା ବେଳେ ସବୁଜ ଧର୍ମଶାଳା ଗଢିବା ହେଉଛି ତାଙ୍କର ଲକ୍ଷ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.