Below header

ସାତ ଶବ ତଳେ ଫସିଥିଲା ୧୦ ବର୍ଷର ବାଳକ, ଦୁଇଦିନ ଖୋଜିବା ପରେ ଜୀବନ୍ତ ପାଇଲା ବଡ ଭାଇ

ଛାତିଥରା କାହାଣୀ । ଦୁଇଦିନ ଧରି ୭ ଶବ ତଳେ ଫସି ରହିଥିବା ୧୦ ବର୍ଷର ବାଳକ ଉଦ୍ଧାର । ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ଏମିତି ବଞ୍ଚିଯାଇଥିଲା ଦେବାଶିଷ । ସେ ଏବେ କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛି ।

ଓଡିଶା ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାକୁ ନେଇ ଏବେ ବି ଅନେକ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଆଉ ଏମିତି ଏକ କାହାଣୀ ୧୦ ବର୍ଷୀୟ ବାଳକର ରହିଛି । ଯିଏ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛନ୍ତି ।

ଦୁର୍ଘଟଣାରେ ୫୧ ଘଣ୍ଟା ପରେ ଟ୍ରାକରେ ପୁଣିଥରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ଦୁର୍ଘଟଣାରେ ବାଲେଶ୍ୱର ଭୋଗରାଇର ୧୦ ବର୍ଷର ବାଳକ ବାହାନଗାରେ ହୋଇଥବା ଟ୍ରେନ୍ ଦୁର୍ଘଟଣାରେ ୭ ଗୋଟି ଶବ ତଳେ ଫସି ରହିଥିଲା। ତାର ମୁଣ୍ଡ ଓ ମୁହଁରେ ବହୁ କ୍ଷତଚିହ୍ନ ହୋଇଛି । ଦୁର୍ଘଟଣା ଘଟିବାର ଗୋଟେ ଦିନ ପରେ ଅର୍ଥାତ୍ ଶନିବାର ଗ୍ରାମବାସୀଙ୍କ ସାହାଯ୍ୟରେ ତାର ବଡ ଭାଇ ତାକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ଉଦ୍ଧାର ହୋଇଥିବା ବାଳକର ନାମ ଦେବାଶିଷ । ସେ ଏବେ କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛି । ଦେବାଶିଷ କରମଣ୍ଡଳ ଟ୍ରେନରେ ଭଦ୍ରକ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।

ଦେବାଶିଷ ଭଦ୍ରକ ଯିବା ପାଇଁ ବାଲେଶ୍ବରରୁ ବାପା ଏବଂ ଭାଇଙ୍କ ସହିତ କରମଣ୍ଡଳରେ ଚଢିଥିଲା । ଭଦ୍ରକରେ ଓହ୍ଲାଇବା ପରେ ଦାଦା ଖୁଡି ସମସ୍ତେ ସାଙ୍ଗ ହୋଇ ପୁରୀ ଯିବାକୁ ପ୍ଲାନ ମଧ୍ୟ କରିଥିଲୁ । ଶୁକବ୍ରାର ଦିନ ବାଲେଶ୍ବରରୁ ଟ୍ରେନ ଛାଡିବା ପରେ ଦେବାଶିଷ ମା’ଙ୍କ କୋଳରେ ବସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ହଠାତ୍ ଭୟଙ୍କର ଶବ୍ଦ ଶୁଭିଲା ଆଉ ଜୋରରେ ଧକ୍କା ଲାଗିଲା ।

ସୂଚନାଯୋଗ୍ୟ, ଓଡିଶାର ବାହାନଗା ଷ୍ଟେସନରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଧନଜୀବନ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ ସମସ୍ତେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁକିଛି କାମ ହେଉଛି । କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । କିଭଳି ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ହେବ ତାହା ମଧ୍ୟ ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.