Below header

୧୯୯୯ ମସିହାରେ ପରେ ଆମେ ଏତେ ବଡ଼ ବିପତ୍ତିକୁ ସାମ୍ନା କଲୁ,ରାଜ୍ୟ ପ୍ରଶାସନ ତତ୍ପରତାରୁ ବଞ୍ଚିଗଲା ଅନେକ ଜୀବନ: ମୁଖ୍ୟ ସଚିବ

ସରକାରଙ୍କ ଟିମ୍ ସେଠି ସଙ୍ଗେ ସଙ୍ଗେ ପହଁଚିଥିଲା । ୨ ଘଣ୍ଟା ର ଗୋଲଡେନ ପିରିୟଡ଼ରେ ଆମେ ଭିତ୍ତିଭୂମିକୁ ପ୍ରସ୍ତୁତ କରି ପାରିଥିଲୁ । ଦୁର୍ଘଟଣା ସ୍ଥଳରେ ଆସ୍କା ଲାଇଟ ଏବଂ ବିଭିନ୍ନ ଲାଇଟ ଲଗାଇବା ଦ୍ୱାରା ଆମକୁ ରେସକ୍ୟୁରେ ବଡ଼ ସହାୟକ ହୋଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ଟ୍ରେନ ଦୁର୍ଘଟଣା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା। ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ବର୍ତ୍ତମାନ ସୁଦ୍ଧା ୧୭୦ ଟି ମୃତ ଶରୀରର ପରିଚୟ ମିଳି ସାରିଛି । ମୃତ ଦେହ ନେବାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗ ରେ ମୃତ ଶରୀରର ପଠା ଯାଉଛି। ୧୯୯୯ ମସିହାରେ ପରେ ଆମେ ଏତେ ବଡ଼ ବିପତ୍ତିକୁ ସାମ୍ନା କଲୁ । ସ୍ଥାନୀୟ ଲୋକଙ୍କ ସହଯୋଗ, ରାଜ୍ୟ ପ୍ରଶାସନ ତତ୍ପରତା ଏବଂ ପାଖାପାଖି ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନକୁ ରକ୍ଷା କରାଯାଇ ପାରିଲା । ଦୁର୍ଘଟଣା ସ୍ଥଳକୁ ଆମେ ପୁଣି ଥରେ ତନ ତନ ଯାଞ୍ଚ କରୁଛୁ । ଯଦି କିଛି କେଉଁଠି କିଛି ଅସୁବିଧା ଥିବ ତାକୁ ଦେଖା ଯାଉଛି । ମୃତ ଶରୀର ଗୁଡିକୁ କିଛି ଦିନ ପର୍ଯ୍ୟନ୍ତ ରଖିବା ପାଇଁ ଆମେ ବ୍ୟବସ୍ଥା କରାଯାଇଛି ।

ସରକାରଙ୍କ ଟିମ୍ ସେଠି ସଙ୍ଗେ ସଙ୍ଗେ ପହଁଚିଥିଲା । ୨ ଘଣ୍ଟା ର ଗୋଲଡେନ ପିରିୟଡ଼ରେ ଆମେ ଭିତ୍ତିଭୂମିକୁ ପ୍ରସ୍ତୁତ କରି ପାରିଥିଲୁ । ଦୁର୍ଘଟଣା ସ୍ଥଳରେ ଆସ୍କା ଲାଇଟ ଏବଂ ବିଭିନ୍ନ ଲାଇଟ ଲଗାଇବା ଦ୍ୱାରା ଆମକୁ ରେସକ୍ୟୁରେ ବଡ଼ ସହାୟକ ହୋଇଥିଲା । ଏବଂ ଲୋକ ମାନଙ୍କୁ ହସ୍ପିଟାଲ ଆଣି ଚିକିତ୍ସା ଦେବାରେ ବି ସହାୟକ ହୋଇଥିଲା। ତେବେ ସ୍ଥାନୀୟ ଜନସାଧାରଣ କାମକୁ ଆମେ ଧନ୍ୟବାଦ ଦେଉଛୁ ଆଉ କୃତଜ୍ଞତା ଜଣାଉଛୁ । ସମ୍ମିଳିତ ଉଦ୍ୟମରେ ଏହି କାର୍ଯ୍ୟକୁ ସଫଳ କରାଯାଇଛି।

ଆମର ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମଙ୍କ କାର୍ଯ୍ୟ ଯୋଗୁ ୧୨ ଶହରୁ ୧୫ ଶହ ଲୋକଙ୍କ ଜୀବନ ବଞ୍ଚିଗଲା । ତା ସହିତ ମେଡ଼ିକାଲ ବ୍ୟବସ୍ଥାକୁ ସଙ୍ଗେ ସଙ୍ଗେ ଆକ୍ଟିଭ କରାଯାଇଥିଲା । ଆମେ ଏହି ଘଟଣାରୁ ବହୁତ ବଡ଼ ଅଭିଜ୍ଞତା ପାଇଲୁ । ଆଗକୁ ଯଦି ଏଭଳି କିଛି ବଡ଼ ଘଟଣା ଘଟେ ସେତେବେଳେ ଆମକୁ ଏହି ଅଭିଜ୍ଞତା ଅନେକ ସହାୟକ ହେବ । ଦୁଇଟି ଟ୍ରେନରେ ପ୍ରାୟ ୧୫୦୦ ଲୋକ ଥିଲେ ତାଙ୍କୁ ଅନ୍ଧାର ଭିତରେ ଆଉ କମ ସମୟରେ ଉଦ୍ଧାର କରିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ସେଥି ମଧ୍ୟରୁ ୨୭୫ ଲୋକଙ୍କ ଜୀବନ ଯିବା ଆମକୁ ବହୁତ ବ୍ୟଥିତ କରିଛି । ପାଖ ଆଖ ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.