ରାୟଗଡ଼ା: ପିଡବ୍ଲ୍ୟୁଡି ଯନ୍ତ୍ରୀଙ୍କ ଘରୁ ଆଲମାରୀ ତାଡ଼ି ସୁନା ଓ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି
ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍ । ରାୟଗଡ଼ା ସହରର ଇନ୍ଦିରାନଗର ଷଷ୍ଠ ଲେନରୁ ଲୁଟ କରିଛନ୍ତି ଦୁର୍ବୃତ୍ତ। ପିଡବ୍ଲ୍ୟୁଡି ବିଭାଗର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୩ ଭରି ସୁନା ଓ ୨୧୯ଭରି ରୁପା ଅଳଙ୍କାର ଲୁଟ ହୋଇଛି। ଗତ ଶନିବାର ରାତିରେ ମନୋଜଙ୍କ ପରିବାର ଲୋକେ ବ୍ରହ୍ମପୁର ଯାଇଥିବା ବେଳେ ଲୁଟେରାମାନେ ତିନିଟି ଆଲମାରିକୁ ତାଡ଼ି ସୁନା ଓ ଅଳଙ୍କାର ଲୁଟି ନେଇଛନ୍ତି। ଗତକାଲି ପରିବାର ଲୋକେ ଘରକୁ ଫେରିବା ପରେ ଆସବାବ ପତ୍ର ଏଣେତେଣେ ପଡ଼ିଥିବା ବେଳେ ଆଲମାରିର ଲକର ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଲୁଟର ତଦନ୍ତ ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି