ଇପିଏଫଓ ପେନସନ ଉପଭୋକ୍ତାଙ୍କୁ ନେଇ ଗଠନ ହେଲା ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍
ଇପିଏଫଓ ପେନସନ ଉପଭୋକ୍ତାଙ୍କୁ ନେଇ ଗଠନ ହୋଇଛି ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍। ଏହି ସଂଘ ଗଠନ ହେବାର ୬ ମାସ ଭିତରେ ପ୍ରାୟ ୬୦ରୁ ଅଧିକ ସରକାରୀ ନିଗମ, ବେସରକାରୀ ସଂସ୍ଥାର ଅବସରପ୍ରାପ୍ତ ଶ୍ରମିକ ଓ କର୍ମଚାରୀ ସାମିଲ ହୋଇଛନ୍ତି। ସଂଗଠନ ପକ୍ଷରୁ ଦାବି ହୋଇଛି ଯେ, ସର୍ବନିମ୍ନ ପେନସନ ୭ ହଜାର ୫୦୦ ଟଙ୍କା କରାଯାଉ। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ପ୍ରକୃତ ବେତନ ଆଧାରରେ ପେନସନ୍ ଧାର୍ଯ୍ୟ କରାଯାଉ।