ପୁରୀ: ମେଘନାଦ ପାଚେରିକୁ ଲାଗି ଥିବା ବେଆଇନ କୋଠା ଭଙ୍ଗାଯିବ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଚ୍ଛେଦ ପାଇଁ ପ୍ରଶାସନର ନିଷ୍ପତ୍ତି

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ନିର୍ମାଣକୁ ଉଚ୍ଛେଦ କରାଯିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୧୯ରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ପୁରୀରେ ସର୍ବସାଧାରଣ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲ କରି ମୁଷ୍ଟିମେୟ ଲୋକ ଘର ନିର୍ମାଣ କରିଛନ୍ତି । ଯାହା ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଛି । ଶ୍ରୀମନ୍ଦିର ସୁରକ୍ଷା ଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ବେଆଇନ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.