ଖୋର୍ଦ୍ଧା: ପୋଲିସକୁ ନୋଟିସ ଜାରି କଲା ପୋଲିସ, ଥାନା ଅଧିକାରୀଙ୍କ ଖଣି ମାଫିଆଙ୍କ ସହ ମଧୁର ସମ୍ପର୍କ ନେଇ ଅଭିଯୋଗ
ପୋଲିସକୁ ନୋଟିସ ଜାରି କଲା ପୋଲିସ । ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ ଜେନାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ର ନୋଟିସ । ଅଭିଯୋଗ ହୋଇଛି, ଖୋର୍ଦ୍ଧାର ଖଣି ମାଫିଆଙ୍କ ସହ ଥାନା ଅଧିକାରୀଙ୍କ ରହିଛି ମଧୁର ସମ୍ପର୍କ । ଥାନା ଅଧିକାରୀଙ୍କୁ ହାତରେ ଧରି ମାଫିଆ ଚଳାଇଥିଲେ କଳାସାମ୍ରାଜ୍ୟ । ଖଣି ମାଫିଆ ଛୋଟାକୁ ଗିରଫ ପରେ ଏହି ସବୁ ଲିଙ୍କ୍ର ସୁରାକ ପାଇଛି ଏସଟିଏଫ୍ । ସେହିଭଳି ଖୋର୍ଦ୍ଧାର ଆଉ କିଛି ସରକାରୀ ଅଫିସରଙ୍କୁ ମଧ୍ୟ ୧୬୦ରେ ନୋଟିସ କରିଛି ଏସଟିଏଫ୍