ତାଳଚେରରେ ଭୁଶୁଡ଼ି ପଡ଼ିଲା କୁଅ, ମାଟି ତଳକୁ ଧସିଗଲା କୁଅର ଚାନ୍ଦିନୀ ଓ ମୋଟର

ତାଳଚେରରେ ପୁଣି ଅଘଟଣ। କୁଅ ଭୁଶୁଡ଼ି ଭୂତଳକୁ ଚାଲିଗଲା ମାଟି। ତାଳଚେର ମ୍ୟୁନିସିପାଲିଟିର ୧୩ଂ ୱାର୍ଡର ବାବୁଲାଲ କଲୋନୀରେ ଘଟିଛି ଭୁସ୍ଖଳନ। ଅବତାର ସିଂହଙ୍କ ପରିବାର ବ୍ୟବହାର କରୁଥିବା କୁଅରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଏକ ବିରାଟ ଶବ୍ଦ ହୋଇଥିଲା। ପରେ ମାଟି ତଳକୁ ଖସି ଯାଇଥିଲା। କୁଅର ଚାନ୍ଦିନୀ, ମୋଟର ଆଦି ମାଟି ତଳକୁ ଚାଲିଯାଇଛି। ଏହାକୁ ନେଇ ଅବତାରଙ୍କ ପରିବାରରେ ଆତଙ୍କ ଖେଳି ଯାଇଛି। ଖବର ପାଇ ତାଳଚେର ଉପଜିଲ୍ଲାପାଳ ଏବଂ ଖଣି କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। କୁଅ ଥିବା ସ୍ଥାନରେ ପୂର୍ବରୁ ଏମସିଏଲ ଦେଉଳବେଡା ଭୁତଳ କୋଇଲାଖଣି ରହିଥିବାରୁ ଭିତର ଫାଙ୍କା ରହି ହଠାତ ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି। ଏହି ଘଟଣା ଅଞ୍ଚଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.