ଅଯୋଧ୍ୟା ହିଁ ଶ୍ରୀରାମଙ୍କ ଜନ୍ମଭୂମି, ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଛି ଏ ସଂପର୍କିତ ଐତିହାସିକ ଓ ଭୂତତ୍ୱ ସମ୍ବଳିତ ପ୍ରମାଣ।

ବିବାଦୀୟ ଜମିରେ ଶ୍ରୀରାମଙ୍କ ମନ୍ଦିର ଥିଲା । ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଛି ଏ ସଂପର୍କିତ ଐତିହାସିକ ଓ ଭୂତତ୍ୱ ସମ୍ବଳିତ ପ୍ରମାଣ। ସ୍କନ୍ଦ ପୁରାଣଠାରୁ ଆରମ୍ଭ କରି ବିଶିଷ୍ଟ ବ୍ରିଟିଶ ଐତିହାସିକଙ୍କ ଏ ସଂପର୍କିତ ଲେଖା କୋର୍ଟରେ ଉପସ୍ଥାପିତ ହୋଇଛି । ବୁଧବାର ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟରେ ପ୍ରମାଣ ଉପସ୍ଥାପନ କରିଥିଲେ ରାମଲାଲା ବିରାଜମାନଙ୍କ ଓକିଲ ସି.ଏସ୍‌ ବୈଦ୍ୟନାଥ । ସ୍କନ୍ଦ ପୁରାଣରେ ସରଜୁ ନଦୀରେ ସ୍ନାନ କରିବା ପରେ ଭକ୍ତମାନେ ରାମଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାର ବର୍ଣ୍ଣନା ରହିଛି। ସେହିପରି ରାମ ଜନ୍ମସ୍ଥାନରେ ମୂର୍ତ୍ତି ପୂଜା ପାଇବା ନେଇ ମହାଭାରତରେ ମଧ୍ୟ ଉଲ୍ଲେଖ ରହିିିଛିି। ବ୍ରିଟିଶ ଐତିହାସିକ ୱ୍ଵଲିୟମ ଫିଞ୍ଚ ଓ ଯୋଶେଫ ଟୋଫେନାଥଲର ମଧ୍ୟ ଅଯୋଧ୍ୟା ଶ୍ରାରାମଙ୍କର ଜନ୍ମସ୍ଥାନ ବୋଲି ହିନ୍ଦୁମାନେ ବିଶ୍ୱାସ କରୁଥିବା ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

ଆହୁରି ପଢନ୍ତୁ: ଫୁଙ୍ଗୁଳା ପାଦ ଆଉ ରଙ୍ଗହୀନ ଚେହେରା, ବିଭାଜନ ସମୟରେ ଦେଖନ୍ତୁ କେମିତି ପାକିସ୍ତାନରୁ ହିନ୍ଦୁସ୍ତାନ ଆସିଥିଲେ ଲୋକ

ଆହୁରି ପଢନ୍ତୁ: ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ, ଜାଣିଛନ୍ତି କି ‘ଭାରତୀୟ ପତାକା ସଂହିତା, ୨୦୦୨’ରେ କ’ଣ ରହିଛି ବର୍ଣ୍ଣିତ

ଏହି ଜନ୍ମସ୍ଥାନରେ ଥିବା ବିବଦୀୟ ୨ ଏକର ୭୭ ଡେସିମିଲ ଜମି ଉପରେ ମୁସଲମାନଙ୍କର କୌଣସି ଅଧିକାର ନାହିଁ ବୋଲି ରାମଲାଲ ବିରଜମାନଙ୍କ ପକ୍ଷରୁ ଲଢୁଥିବା ଓକିଲ ବୈଦନାଥନ କୋର୍ଟରେ ଯୁକ୍ତି ରଖିଛନ୍ତି। କିନ୍ତୁ କୋର୍ଟ କହିଛନ୍ତି, ବିବାଦୀୟ ଜମି ଉପରେ ଉଭୟ ରାମମନ୍ଦିର ଓ ବାବ୍ରି ମସଜିଦ୍‌ ରହିଛି, ଯାହା ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଦଖଲରେ ରହିଛି। ତେଣୁ ମୁସଲମାନଙ୍କୁ ସେଠାରୁ କିପରି ବେଦଖଲ କରାଯାଇପାରିବ ବୋଲି କୋର୍ଟ ପ୍ରଶ୍ନ କରିିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଷଷ୍ଠ ଦିନ ପାଇଁ ଶୁଣାଣି ହୋଇଥିଲା। ୫ ଜଣିଆ ସାମ୍ବିଧାନିକ ବେଞ୍ଚରେ ମାମଲାର ଶୁଣାଣି ଚାଲିଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.