ଅଣ୍ଡା ଓ କଦଳୀ ଦାମ୍‌କୁ ନେଇ ମନ୍ତ୍ରୀଙ୍କ ମୁଣ୍ଡ ବ୍ୟଥା, ହୋଟେଲକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନୋଟିସ

ଦୁଇଟି ଅଣ୍ଡାର ଦାମ ୧୭ଶହ ଟଙ୍କା ଆଉ ଦୁଇଟି କଦଳିର ଦାମ ୪୪୨ ଟଙ୍କା । ଅର୍ଥାତ ଗୋଟିଏ ଅଣ୍ଡାର ଦାମ ୮ଶହ ୫୦ ଟଙ୍କା ହୋଇଥିବା ବେଳେ ଗୋଟିଏ କଦଳିର ଦାମ ୨୨୧ ଟଙ୍କା। ଆମ ଦେଶରେ ଏ କଥାଟା କାହାକୁ ବି ହଜମ ହେବନିି। କିନ୍ତୁ କଥାଟା ପୁରା ସତ। ଏଥିପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ମଧ୍ୟ ମୁଣ୍ଡ ବ୍ୟାଥା ହୋଇଛି। ଯେଉଁ ହୋଟେଲରେ ୨ଟି ଅଣ୍ଡାର ଦାମ ୧୭ଶହ ଆଉ ୨ଟି କଦଳି ପାଇଁ ୪୪୨ ଟଙ୍କା ଦାମ ଲାଗିଛି, ସେହି ହୋଟେଲକୁ ନୋଟିସ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶ୍ୱାନ। ନିକଟରେ ଅଭିନେତା ରାହୁଲ ବୋଷ ଚଣ୍ଡିଗଡରେ ଏକ ହୋଟେଲ ରହଣି ବେଳେ ୨ କଦଳି ପାଇଁ ୪୪୨ ଟଙ୍କା ଭରିଛନ୍ତି। ଏ ସଂପର୍କରେ ନିଜେ ରାହୁଲ ବୋଷ ଗତ ମାସ ୩୦ ତାରିଖରେ ଟ୍ଵିଟ୍‌ କରି ଜଣାଇଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମୁମ୍ବାଇର ଏକ ହୋଟେଲରେ ଦୁଇଟି ଅଣ୍ଡା ପାଇଁ ୧୭ ଟଙ୍କା ବିଲ ଦେଇଥିବା ଟ୍ଵିଟ କରି ଜଣାଇଥିଲେ। ତେବେ ଏହି ଦୁଇଟି ଘଟଣା ହୋଟେଲଗୁଡିକ କିପରି ମନ ଇଚ୍ଛା ଜିନିଷର ଦାମ ବଢାଉଛନ୍ତି, ସେ କଥା ପଦାରେ ପଡିଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଖୋଦ୍‌ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନ ହୋଟେଲ ମାଲିକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.