ପେଟ ନା ହାର୍ଡଓ୍ଵାର ଷ୍ଟୋର, ଯୁବକଙ୍କ ପେଟରୁ ବାହାରିଲା ସେପ୍ଟିପିନ, ଲୁହା କଣ୍ଟା, ନେଲ କଟର ଓ ହେୟାର ପିନ ପରି ୪୫୨ ଖଣ୍ଡ ଲୁହା

ପେଟ ନା ହାର୍ଡଓ୍ଵାର ଷ୍ଟୋର ? ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟା ସତ । ଏଭଳି କିଛି ଜିନିଷ ଜଣେ ଯୁବକଙ୍କ ପେଟରୁ ବାହାରିଛି । ସେପ୍ଟିପିନ, ଲୁହା କଣ୍ଟା, ନେଲ କଟର ଓ ହେୟାର ପିନ ପରି ୪୫୨ ଖଣ୍ଡ ଲୁହା ପେଟରୁ ବାହାରିଛି । ଗୁଜୁରାଟ ଅହମ୍ମଦାବାଦରେ ଏପରି ଅଜବ ଘଟଣା ସାମ୍ନାକୁ ଆସିଛି। ଅହମ୍ମଦାବାଦ ସ୍ଥିତ ସିଭିଲ ହସ୍ପିଟାଲରେ ୨୮ବର୍ଷୀୟ ଜଣେ ଯୁବକଙ୍କୁ ପେଟରୁ ୪୫୨ ଖଣ୍ଡ ଲୌହ ପଦାର୍ଥ ବାହାର କରିଛନ୍ତି ଡାକ୍ତର।

patitent stomach

କିଛି ଦିନ ହେବ ଯୁବକଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। ତାଙ୍କର ଏକ୍ସ ରେ କରିବା ପରେ ଡାକ୍ତରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପେଟରେ ବହୁ ଲୁହା ସାମଗ୍ରୀ ଥିବା ଜାଣିବାକୁ ପାଇଥିଲେ ଡାକ୍ତରୀ ଟିମ୍‌। ଶେଷରେ ଡା. କଲ୍ପେଶଙ୍କ ନେତୃତ୍ୱରେ ଶୁକ୍ରବାର ତାଙ୍କର ଅପରେସନ କରାଯାଇଥିଲା। ଅପରେଶନରେ ତାଙ୍କ ପେଟରୁ ୪୫୨ଟି ଲୁହା ଜିନିଷ ବାହାର କରାଯାଇଛି। ଯୁବକ ଜଣଙ୍କ ମାନସିକ ଅନଗ୍ରସର ହୋଇଥିବାବଳେ ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି।