Below header

କେନ୍ଦ୍ରାପଡ଼ା: ଘରେ ପଶି ହାଣିଲେ ଓ ଲୁଟିଲେ, ଡକାୟତଙ୍କ ଆକ୍ରମଣରେ ୪ଗୁରୁତର

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଘରେ ପଶି ହାଣିଲେ, ଲୁଟିଲେ। ଡକାୟତଙ୍କ ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଭରତପୁର ଗାଁରେ ଏହି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭରତପୁର ଗାଁର ହାଡିବନ୍ଧୁ ସାହୁଙ୍କ ଘରେ ୫ରୁ ଉର୍ଦ୍ଧ୍ୱ ଡକାୟତ ଘରର ଗ୍ରୀଲ କାଟି ଭିତରେ ପଶିଥିଲେ। ହତାଠ୍‌ ଘର ଲୋକ ଉଠିପଡିବାରୁ ଡକାୟତମାନେ ସେମାନଙ୍କୁ ଆକ୍ରମଣ କରି ବାନ୍ଧି ଦେଇଥିଲେ। ଏହାପରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ସେହିପରି ଗାଁର ଅଲେଖ ସାହୁଙ୍କ ଘରୁ ସଧ୍ୟ ସମାନ ଢଙ୍ଗରେ ଡକାୟତି ହୋଇଛି। ଗୁରୁତରଙ୍କୁ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.