ମାଲେସିଆ ଜାହାଜରୁ ବାହାର କରାଯାଇପାରୁନି ତେଲ, ଟ୍ୟାଙ୍କର ନପହଞ୍ଚିବାରୁ ଫେରି ଆସିଲେ ଏକ୍ସପର୍ଟ ଟିମ୍‌

କେନ୍ୟୁଜ୍: ୨୦ ଦିନ ପାର ହେଲାଣି । ତଥାପି ଚିଲିକା ରାଜହଂସରେ ଫସିଥିବା ମାଲେସିଆ ଜାହାଜରୁ ତେଲ ବାହାର କରାଯାଇ ପାରୁନି । ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । କିନ୍ତୁ ତେଲ ରଖିବା ପାଇଁ ଟ୍ୟାଙ୍କର ନପହଞ୍ଚିବାରୁ ରାଜହଂସ ଦ୍ୱୀପରୁ ଗତକାଲି ଫେରିଆସିଲେ ଏକ୍ସପର୍ଟ ଟିମ୍‌ । ସାମଗ୍ରୀ ନପହଞ୍ଚିଲେ ତେଲ ବାହାରି ପାରିବନାହିଁ । ତେଲ କାଢିବା ପାଇଁ ବାଲେଶ୍ୱରରୁ ୬ଟି ଟିମ୍‌ ଓ କୋଲକାତାରୁ ୨ଟି ଟିମ୍‌ ଆସିଛନ୍ତି । ସେପଟେ ପଶ୍ଚିମବଙ୍ଗର ଜାହାଜ ମାଲିକ ଅମିତ ଶାହଙ୍କୁ ନୋଟିସ୍‌ କରିଛି ଜିଲ୍ଲା ପ୍ରଶାସନ । ୭ ଦିନ ଭିତରେ ଜାହାଜ ଓ କଣ୍ଟେନର ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨ ଦିନ ଭିତରେ ତେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ସୂଚନା ଦେଇଛନ୍ତି । ଅଗଷ୍ଟ ୭ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆ ଜାହାଜ ଆସି ଚିଲିକା ରାଜହଂସ କୂଳରେ ଅଟକି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.