Below header

ଜଣେ ପ୍ରେମିକା ପାଇଁ ଦୁଇ ପ୍ରେମିକ ପିଟାପିଟି, ଗୁମର ଖୋଲିଲା ମୋବାଇଲ

ଥାନା ସମ୍ମୁଖରେ ହେଲା ଖଣ୍ଡଯୁଦ୍ଧ । ପ୍ରେମିକା ପିଟିଲା ପୂର୍ବତନ ପ୍ରେମିକକୁ । ଏକା ଥରେ କରୁଥଲେ ଦୁଇ ପ୍ରେମିକଙ୍କ ସହ ଡେଟ୍ । ଧରପଡିବାରୁ ବର୍ତ୍ତମାନର ପ୍ରେମିକ ସାହାଯ୍ୟରେ ମାରପିଟ କଲେ ପ୍ରେମିକା ।

ଭୁବନେଶ୍ୱର (କେନ୍ୟୁଜ): ପ୍ରେମ ପାଇଁ ପିଟାପିଟି । ଜଣେ ପ୍ରେମିକାକୁ ଦୁଇ ପ୍ରେମିକ । ପ୍ରଥମ ପ୍ରେମିକକୁ ମାଡ ମାରିଲେ ପ୍ରେମିକା ଓ ଦ୍ୱିତୀୟ ପ୍ରେମିକ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ସାମ୍ନାରେ ଏଭଳି ଘଟଣା ଘଟିଛି ।

ଅଭିଯୋଗ ଅନୁଯାୟୀ, ଯୁବତୀଙ୍କର ଫୋନ ଖରାପ ହୋଇଥିଲା । ସଜାଡିବାକୁ ନେଇଥିଲେ ଦ୍ୱିତୀୟ ପ୍ରେମିକ । ପରେ ଫୋନରୁ ପ୍ରଥମ ପ୍ରେମିକ ବିଷୟରେ ଜାଣିବାକୁ ପାଇଥିଲେ । ଏପରିକି ପ୍ରଥମ ପ୍ରେମିକ ଯୁବତୀଙ୍କୁ ୫୦ ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଥିଲେ । ବ୍ରେକ ଅପ୍‌ ହେବା ପରେ ଟଙ୍କା ଫେରସ୍ତ କରିବାକୁ କହିଥିଲେ ପ୍ରଥମ ପ୍ରେମିକ । ଏନେଇ ପ୍ରେମିକା ଓ ଦ୍ୱିତୀୟ ପ୍ରେମିକ ତାଙ୍କ ଥାନା ନିକଟକୁ ଡାକି ମାଡ ମାରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ। ତେବେ ଦୁଇ ପ୍ରେମିକ ଏବଂ ପ୍ରେମିକଙ୍କ ବିଚ୍ ରାସ୍ତାରେ ଝଗଡ଼ା ଓ ମାର୍ ପିଟ୍ କଥା ଚାରିଆଡେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଥାଉକି, ୨ ଜଣ ପ୍ରେମିକଙ୍କୁ ଲୁଚିଛପି ଭେଟୁଥିଲେ ପ୍ରେମିକା । କେହି ଜଣେ ବି ଏହାର ସୁରାକ ପାଉନଥିଲେ । ହେଲେ ମୋବାଇଲ୍‌ ପଦାରେ ପକାଇଦେଲା ପ୍ରେମିକାଙ୍କ ଏଭଳି କାରନାମା । ମୋବାଇଲ୍‌ ମରାମତି ବେଳେ ତାଙ୍କ ଚାଲ୍‌ବାଜି ଧରା ପଡ଼ିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.