Below header

ମରିଗଲେ ପ୍ରେମିକ ପ୍ରେମିକା

ଭଦ୍ରକ (କେନ୍ୟୁଜ୍) : ଭଦ୍ରକ ଦୋଳସାହି ବଜାର ନିକଟ ଏକ ସ୍କୁଲ ପଛପଟୁ ଉଦ୍ଧାର ହୋଇଛି ଦୁଇଟି ମୃତଦେହ । ଏମାନେ ପ୍ରେମିକ ପ୍ରେମିକା । ଜଣକ ଉପରେ ଆଉଜଣକର ମୃତଦେହ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରେମିକ ଜଣଙ୍କ ପାଳିଆବିନ୍ଧା ସ୍ଥିତ ବିଏନ୍‌ଏମ୍‌ଏ କଲେଜର ଛାତ୍ର ହୋଇଥିବା ବେଳେ ପ୍ରେମିକା ଜଣଙ୍କ ଦୋଳସାହି ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ । ଦୁଇ ଜଣଙ୍କ ସଂପର୍କକୁ ପରିବାର ଲୋକେ ବିରୋଧ କରୁଥିଲେ ।

suicideତେଣୁ ସେମାନେ ଘରୁ ଲୁଚି ପଳାଇଥିଲେ । ପ୍ରେମିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଆଜି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ତିହିଡ଼ି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.