ରବିବାର ଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଉଠୁଛି ପଡ଼ୁଛି

ଭୁବନେଶ୍ବର (କେନ୍ୟୁଜ୍) : ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଉଠୁଛି ପଡ଼ୁଛି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ନିଜ ନିଜ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି । ରବିବାର ଥିଲେ ମଧ୍ୟ ଘରକୁ ଘର ବୁଲି ନିଜ ସପୋର୍ଟରେ ଭୋଟ୍ ମାଗୁଛନ୍ତି। ଅକ୍ଟୋବର ୧୦ ତାରିଖରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର୍ ଅନୁଷ୍ଠିତ ହେବ । ୧୧ ତାରିଖରେ ଭୋଟିଂ ପରେ ଗଣତି ଓ ଅପରାହ୍ନ ୫ରେ ଫଳାଫଳ ପ୍ରକାଶ ପାଇବ । ୧୨ ତାରିଖରେ ନବ ନିର୍ବାଚିତ ଛାତ୍ର ନେତାମାନେ ଶପଥ ଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.