Below header

ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ କାଲି ସ୍ପଷ୍ଟ କରିବ IMD

କେନ୍ୟୁଜ୍(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ । ଆସନ୍ତାକାଲି ସୁଦ୍ଧା ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୮ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା ନେଇ କିଛି ଆକଳନ କରିନି ଆଇଏମଡି । ଲଘୁଚାପ ପରେ ଏହାର ଗତିପଥ ଓ ତୀବ୍ରତା ନେଇ ଚିତ୍ର ମିଳିବ। ତେବେ ଓଡ଼ିଶା ମୁହାଁ ହେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇନାହିଁ ।

ଆର୍ନ୍ତଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଆକଳନ, ବଙ୍ଗୋପସାଗରରେ ଲଘୁଚାପ କ୍ରମଶଃ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ଦିଗ ଅସ୍ପଷ୍ଟ । ହେଲେ ଆନ୍ଧ୍ରରୁ ବାଂଲାଦେଶ ପର୍ଯ୍ୟନ୍ତ ବିପଦ ଆଶଙ୍କା ଥିବା ସେ କହିଛନ୍ତି । ସେପଟେ ୱିଣ୍ଡିର ୟୁରୋପୀୟ ମଡେଲ ECMWF ଓ ଆମେରିକାନ୍‌ ମଡେଲ୍‌ GFS ଅନୁସାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ମୁହାଁ ହେଉଛି । ୟୁରୋପୀୟ ଓ ଆମେରିକା ମଡେଲର ଆକଳନ ମଧ୍ୟ ପ୍ରତି ମୁହୂର୍ତ୍ତରେ ବଦଳୁଛି। ଆଜି ଉଭୟ ମଡେଲ ସମାନ ତଥ୍ୟ ଦେଇଛନ୍ତି । ଉଭୟ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ମୁହାଁଇବ ।

ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ବିଶେଷକରି ଭୁବନେଶ୍ୱର, କଟକ, ଯାଜପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି । ତେବେ ବାତ୍ୟା ହେବ କି ନାହିଁ ? ବାତ୍ୟା ହେଲେ ଗତି କୁଆଡେ ରହିବ ? ଓଡ଼ିଶା ପ୍ରତି ବିପଦ ରହିଛି କି ନାହିଁ ? ଆସନ୍ତାକାଲି ସ୍ପଷ୍ଟ ହେବ ଚିତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.