ବାମ ହାତରେ ସୁନା ପିନ୍ଧିବା ଦ୍ୱାରା ବଢ଼ିଥାଏ ସମସ୍ୟା, ଜାଣନ୍ତୁ ସୁନା ପିନ୍ଧିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଜରୁରୀ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତି ଗ୍ରହଙ୍କର କିଛି ନା କିଛି ଧାତୁ ସହ ସମ୍ପର୍କ ରହିଥାଏ । ଯାହାର ଖାସ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ । କୁହାଯାଏ ସୁନା, ରୁପା,ତମ୍ବା, ହିରା ଓ ପ୍ଲାଟିନମର ବ୍ୟବହାର ଜୀବନରେ ଯେପରି ସୁଖ ସମୃଦ୍ଧି ବୃଦ୍ଧି କରିଥାଏ,ସେପରି ନକରାତ୍ମକ ପ୍ରଭାବ ବି ପକାଇଥାଏ । ତେଣୁ ଯେଉଁ ବ୍ୟକ୍ତି ସୁନା ପିନ୍ଧୁଛନ୍ତି ସେମାନଙ୍କୁ ଏହି କେତେକ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ନଚେତ ହୋଇପାରେ ଅନେକ କ୍ଷତି ।

୧. ରାଗୀ ବ୍ୟକ୍ତି ପିନ୍ଧନ୍ତୁ ନାହିଁ –

ସୁନା ଧାତୁ ଶକ୍ତିର କାରକ ହୋଇଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକଙ୍କୁ ଅଧିକ କ୍ରୋଧ ଆସିଥାଏ ସେମାନେ ସୁନା ପିନ୍ଧିବା କଥା ନୁହେଁ । କାରଣ ସୁନା ପିନ୍ଧିବା ଦ୍ୱାରା ଆପଣଙ୍କ ମଧ୍ୟରେ ବହୁତ ଶକ୍ତି ପ୍ରବେଶ କରିଥାଏ ।

୨. ବୃହସ୍ପତି ଦୋଷଯୁକ୍ତ ଥିଲେ –

ସୁନା ପିନ୍ଧିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ । ହେଲେ ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁ ଗ୍ରହଙ୍କ ସ୍ଥିତି ଠିକ ନଥାଏ, ସେମାନେ ସୁନା ପିନ୍ଧିବା କଥା ନୁହେଁ । ନହେଲେ ଏହାର ଅଶୁଭତ୍ୱ ଜୀବନରେ ସମସ୍ୟା ଆଣିଥାଏ ।

୩. ବାମ ହାତରେ ପିନ୍ଧନ୍ତୁ ନାହିଁ ସୁନା –

ଶାସ୍ତ୍ରରେ ସୁନାକୁ ବହୁତ ପବିତ୍ର ମନାଯାଇଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୁନାକୁ ବାମ ହାତରେ କେବେ ପିନ୍ଧନ୍ତୁ ନାହିଁ । ଏହି ନିୟମ ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ପାଇଁ ଲାଗୁ । କୁହାଯାଏ ବାମ ହାତରେ ସୁନା ଧାରଣ କରିବା ଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ ପକାଇଥାଏ ।

୪. ଅଜଣା ଲୋକଙ୍କୁ ଦିଅନ୍ତୁ ନାହିଁ ସୁନା –

ଶାସ୍ତ୍ର ଅନୁସାରେ ସୁନା ଦାନ ଅଥବା କାହାକୁ ଗିପ୍ଟ ଭାବେ ଦେବା ଶୁଭ ମନାଯାଇଥାଏ । ହେଲେ କେହି ଅଜଣା ବ୍ୟକ୍ତିଙ୍କୁ ସୁନାରେ ତିଆରି କିଛି ଜିନିଷ ଦିଅନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.