କୋଭିଡ ପାଇଁ ବିଶ୍ୱରେ ଦେଢ଼ କୋଟିରୁ ଅଧିକ ଲୋକ ମରିଛନ୍ତି, WHO ଦେଲା ସାଂଘାତିକ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ): କୋଭିଡ୍‌ ମହାମାରୀ ଯୋଗୁଁ ବିଶ୍ୱରେ ଦେଢ଼ କୋଟିରୁ ଅଧିକ ମୃତ୍ୟୁ। ଏହି ଆକାଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଅର୍ଥାତ ବର୍ତ୍ତମାନ ଯେଉଁ ମୃତ୍ୟୁ ସଂଖ୍ୟା ରହିଛି ତାଠାରୁ ଢେର ଅଧିକ ମୃତ୍ୟୁ ଆକଳନ କରିଛି WHO। ରିପୋର୍ଟ ମୁତାବକ, ୨୦୨୦ ଓ ୨୦୨୧ ଅର୍ଥାତ ୨୪ ମାସରେ ୧ କୋଟି ୩୩ ଲକ୍ଷରୁ ୧ କୋଟି ୬୬ ଲକ୍ଷ ଜଣଙ୍କ ମୃତ୍ୟୁ ହୋଇଛି। ସିଧା କୋଭିଡ ଯୋଗୁଁ ଏବଂ କୋଭିଡରେ ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟ ସେବା ଯୋଗୁଁ ହୋଇଥିବା ମୃତ୍ୟୁକୁ ଏଥିରେ ସାମିଲ କରାଯାଇଛି।

୨୦୨୦-୨୦୨୧ ମଧ୍ୟରେ ବିଧିବଦ୍ଧ ଭାବେ ମୃତ୍ୟୁ ସଂଖ୍ୟା ରହିଥିଲା ୫୪ ଲକ୍ଷ। ବର୍ତ୍ତମାନ ଏ ସଂଖ୍ୟା ୬୦ ଲକ୍ଷରୁ ଅଧିକ ହୋଇ ସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ବର୍ତ୍ତମାନ ଯେଉଁ ମୃତ୍ୟୁ ସଂଖ୍ୟା ରହିଛି ବାସ୍ତରେ ମୃତ୍ୟୁ ସଂଖ୍ୟା ୧୩ ପ୍ରତିଶତ ଅଧିକ। ଅନେକ ଦେଶ ମୃତ୍ୟୁ ସଂଖ୍ୟା କମ୍‌ କରି ଦର୍ଶାଇଛନ୍ତି। ବିଭିନ୍ନ ପ୍ରାଣାଳୀ ଜରିଆରେ ଅଧିକ ମୃତ୍ୟୁର ଆକଳନ କରିଛି ଡବ୍ଲୁଏଚ୍‌ଓ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଭାରତରେ ଏ ସମୟରେ ୪୭ ଲକ୍ଷ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ସରକାରୀ ସଂଖ୍ୟାଠାରୁ ୧୦ ଗୁଣ ଅଧିକ। ବିଶ୍ୱର ମୋଟ ମୃତ୍ୟୁ ସଂଖ୍ୟାର ଏକ ତୃତୀୟାଂଶ ଭାରତରେ ହୋଇଥିବା ଡବ୍ଲୁଏଚ୍‌ଓ ଆକଳନ କରିଛି। ଭାରତ କିନ୍ତୁ ଡବ୍ଲୁଏଚ୍‌ଓ ଆକଳନକୁ ଖଣ୍ଡନ କରିଛି। ଯେଉଁ ପ୍ରଣାଳୀରେ ମୃତ୍ୟୁ ଆକଳନ କରାଯାଇଛି, ତାକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.