Below header

ଆଜି ମା’ଙ୍କର ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା : ମହିଷାମର୍ଦ୍ଦିନୀଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ

ଧରାବତରଣ କରିଛନ୍ତି ମାଆ ଜଗଜ୍ଜନନୀ ଦୁର୍ଗା। ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଧରାବତରଣ କରିଛନ୍ତି ମାଆ ଜଗଜ୍ଜନନୀ ଦୁର୍ଗା। ଆଧ୍ୟାତ୍ମିକତାର ମହକରେ ମହକୁଛି ପରିବେଶ । ଚାରିଆଡ଼େ ପାର୍ବଣର ପୁଲକ। ଚଣ୍ଡୀପାଠ ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ଚାରିଆଡ଼ । ମାଆ ଜଗଜ୍ଜନନୀ, ଦୁର୍ଗେ ଦୁର୍ଗତିନାଶିନୀ, କାତ୍ୟାୟିନୀ, ମହିଷାମର୍ଦ୍ଦିନୀଙ୍କ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଆଜି ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି । ଆଜି ମାଆଙ୍କୁ ଚକ୍ଷୁ ଦାନ ପରେ ପୂଜା ଆରମ୍ଭ ହେବ । ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ ।

ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ଚାରିଆଡ଼ । ରଙ୍ଗୀନ, ଚିକମିକ ଆଲୁଅ ଓ ସୁଉଚ୍ଚ ତୋରଣରେ ଆଖି ଲାଖି ଯାଉଛି । ଆଜି ମହାମାୟାଙ୍କ ମହାସପ୍ତମୀ । ରବିବାର ଅଷ୍ଟମୀ ପୂଜା ସହ ବ୍ରତପୂଜା କରିବାର ବିଧି ଓ ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.