କନ୍ଧମାଳକୁ ଛୁଇଁଛି ପହିଲି ଶୀତ ! ଉପଭୋଗ କରିବା ପାଇଁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ

ଦାରିଙ୍ଗବାଡିରେ ପହିଲି ଶୀତ ।ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କନ୍ଧମାଳର ରୂପ ଲାବଣ୍ୟ । ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ୧୬ ଡିଗ୍ରୀ ଭିତରେ ରହୁଛି ତାପମାତ୍ରା ।

ଦାରିଙ୍ଗବାଡି (କେନ୍ୟୁଜ): ଦାରିଙ୍ଗବାଡିରେ ପହିଲି ଶୀତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ସମଗ୍ର ଜିଲ୍ଲା । ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କନ୍ଧମାଳର ରୂପ ଲାବଣ୍ୟ । ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ୧୬ ଡିଗ୍ରୀ ଭିତରେ ରହୁଛି ତାପମାତ୍ରା । ସକାଳୁ ସକାଳୁ ଚା ସାଙ୍ଗକୁ ଶୀତର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ଶୀତ ରୁତୁ ଆସିଲେ କନ୍ଧମାଳର ଭୂସ୍ବର୍ଗ ତଥା ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

ତେବେ ପ୍ରତ୍ୟେକ ବର୍ଷ ଶୀତ ଦିନରେ କନ୍ଧମାଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇଥାଏ । ଶୀତର ପ୍ରକୋପ ଏତେ ମାତ୍ରାରେ ଥାଏ ଯେ, ଲୋକେ ଘର ବାହାରକୁ ବାହାରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରି ନଥାନ୍ତି । ସକାଳ ୯ଟା ପର୍ଯ୍ୟନ୍ତ କନ୍ଧମାଳ ପୁରା କୁହୁଡି ଚାଦରରେ ଢାଙ୍କି ହୋଇ ରହିଥାଏ । କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.