ଆଜି କଟକ ଗ୍ରସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ମହାନଦୀ ଜଳପ୍ରବାହ ସ୍ଥିତିର କରିବେ ଅନୁଧ୍ୟାନ
ଆଜି କଟକ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ କରି ମୁଣ୍ଡଳୀ, ନରାଜ, ଯୋବ୍ରା ଓ ବିରୂପା ବ୍ୟାରେଜ ପରିଦର୍ଶନ କରିବେ ।
କଟକ (କେନ୍ୟୁଜ): ଆଜି କଟକ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ କଟକରେ ପହଞ୍ଚୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ସଦସ୍ୟମାନେ ମୁଣ୍ଡଳୀଠାରୁ ଗସ୍ତ ଆରମ୍ଭ କରିବେ। ପରେ ନରାଜ, ଯୋବ୍ରା ବ୍ୟାରେଜ ଦେଇ ବିରୂପା ବ୍ୟାରେଜ ପର୍ଯ୍ୟନ୍ତ ଯିବେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ଅନୁସାରେ ଟ୍ରିବ୍ୟୁନାଲର ଏହି ଟିମ୍ ଯେଉଁ ରିପୋର୍ଟ ଦେବେ ତା’ ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନର ଭାଗ୍ୟ ନିର୍ଭର କରୁଛି । ଟ୍ରିବ୍ୟୁନାଲ ବୈଷୟିକ ଟିମ୍ ସଦସ୍ୟଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ କଟକଣା ଭିତରେ ରଖାଯାଇଛି । ଜିଲ୍ଲାପାଳ ଓ ଡିସିପିଙ୍କୁ ବାଦ୍ଦେଲେ ରାଜ୍ୟର ଅନ୍ୟ କୌଣସି ଅଧିକାରୀ ଏହି ଗସ୍ତରେ ସାମିଲ ହେବେ ନାହିଁ ।