ବରଗଡ଼ରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳି ପୋଡି ପାଉଁଶ ହୋଇଗଲା ଦୋକାନ
ବରଗଡ଼ ହାଟପଦା ଡେଲି ମାର୍କେଟରେ ମଙ୍ଗଳବାର ରାତି ପ୍ରାୟ ୧୦ ଟା ବେଳେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁରେ ଜଳି ପୋଡି ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନି।
ବରଗଡ଼ (କେନ୍ୟୁଜ): ବରଗଡ଼ ହାଟପଦା ଡେଲି ମାର୍କେଟରେ ମଙ୍ଗଳବାର ରାତି ପ୍ରାୟ ୧୦ ଟା ବେଳେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁରେ ଜଳି ପୋଡି ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନି। ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ୭ଟି ଦୋକାନକୁ ବ୍ୟାପିଥିଲା। ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତିନୋଟି ଦମକଳ ଗାଡ଼ି ସାହାଯ୍ୟରେ ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟରେ ଏକ ଦୋକାନ ଭିତରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ନିଆଁ ଆହୁରି ଜୋରରେ ବ୍ୟାପିବାକୁ ଆରମ୍ଭ କରିଥିଲା। ତେବେ କୌଣସି ମତେ ନିଆଁକୁ ଆୟତ୍ତ କରାଯାଇଥିଲା।