ଆଜି ବି କାଳବୈଶାଖୀ: ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଦିନରେ ପ୍ରବଳ ତାତି, ଅପରାହ୍ଣରେ ପ୍ରବଳ ବର୍ଷା ପବନ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ପକ୍ଷରୁ ସୂଚନା ।
ଭୁବନେଶ୍ୱର( କେନ୍ୟୁଜ): ଦିନରେ ପ୍ରବଳ ତାତି, ଅପରାହ୍ଣରେ ପ୍ରବଳ ବର୍ଷା ପବନ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ପକ୍ଷରୁ ସୂଚନା । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଉପକୂଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି।
ଗତକାଲି ଟୁଇନ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ତିନି ଘଣ୍ଟା ଧରି ରାଜଧାନୀରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା । ପବନର ବେଗ ଥିଲା ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଥିଲା । ରାଜଧାନୀରେ ୯୩ କିଲୋମିଟର ବେଗରେ ପବନ ବହିଥିଲା । କାଳ ବୈଶାଖୀ ତାଣ୍ଡବରେ ପୁରୀରେ ଉପୁଡ଼ିଲା ଗଛ, ଆଠଗଡ଼ରେ ଉଡ଼ିଗଲା ଢାବା ଛପର, ଢେଙ୍କାନାଳରେ ଉପୁଡିଲା ବିଦ୍ୟୁତ ଖୁଣ୍ଟ । ବାଙ୍କିରେ ଭାଙ୍ଗିଲା ଷ୍ଟାଡିୟମ୍ । କିଛି ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସହ କଟକ, ପୁରୀ, ଜଗତସିଂହପୁର, ଯାଜପୁର, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା ଆଦିି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ପବନ ତାତିରୁ ଆଣି ଦେଇଥିଲା ସାମାନ୍ୟ ଆଶ୍ୱସ୍ତି। କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହି ଗଛପତ୍ର ଭାଙ୍ଗିଥିଲା। କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର।