Below header

ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ

ପୁରୀ (କେନ୍ୟୁଜ୍) : ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ । ଆଜି ଦଇତାପତିମାନେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ଖବର ପହଞ୍ଚାଇବେ । ଏଥିପାଇଁ ଆଜି ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦଇତାପତିମାନେ ସମୁହ ଭାବେ ଆଜି ଶ୍ରୀନଅରକୁ ଯିବେ । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ ତଥା ରାଜପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରିବେ । ଗଜପତିଙ୍କ ସହ ଆଲୋଚନା କରି ମହାପ୍ରଭୁଙ୍କ ସୁସ୍ଥତା ଖବର ଦେବେ । ଏହା ସହ ରଥଯାତ୍ରା ପାଇଁ ଦଇତାପତିଙ୍କ ସହଯୋଗ କାମନା କରିବେ ଗଜପତି । ଆଜି ଏହି ନୀତିକୁ ରାଜପ୍ରସାଦ ବିଜେ ନୀତି କୁହାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.