ମା’ ବିରଜାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା: ମା’ବିରଜାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚାଲିଛି ମହାସପ୍ତମୀ ପୂଜା । ଭୋରୁ ମାଆଙ୍କୁ ପବିତ୍ର ବୈତରଣୀ ନଦୀ ଜଳରେ ସ୍ନାନ କରିବା ପରେ ଷୋଡଶ ଉପଚାର କରାଯାଉଛି । ମହାସପ୍ତମୀରେ ମାଆଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି ମନ୍ଦିର ପ୍ରଶାସନ ।

ସେପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରତିଦିନ ଅପରାହ୍ନରେ ମାଆଙ୍କ ବିଜେ ପ୍ରତିମା ରଥାରୂଢ ହୋଇ ମନ୍ଦିର ଚତୁପାର୍ଶ୍ୱରେ ରଥଟଣା କାର୍ଯ୍ୟକ୍ରମ ହେଉଛି। ଦୁଇବର୍ଷ ପରେ ରଥଯାତ୍ରାରେ ସାମିଲ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।

You might also like