Below header

ସରକାରୀ ଚାକିରୀ ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଲେ ମହେନ୍ଦ୍ର ବଢେଇ

ଭୁବନେଶ୍ୱର(କେନ୍ୟୁଜ): ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନିଜର ସଙ୍ଗଠନକୁ ଆହୁରି ମଜଭୁତ କରିଛି । ସରକାରୀ ଚାକିରୀ ଛାଡି ମହେନ୍ଦ୍ର ବଢେଇ ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ନୂଆପଡା ଜିଲ୍ଲାର ସହକାରୀ ଜିଲାପାଳ ଥିଲେ ମହେନ୍ଦ୍ର । ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ପଦ୍ମପୁର ଅଞ୍ଚଳର ନିଜର ହଜାର ହଜାର ସମର୍ଥକଙ୍କ ସହ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ନିଜ ମହେନ୍ଦ୍ରଙ୍କ ଘର ପଦ୍ମପୁରରେ ।

ତେଣୁ ଉପ ନିର୍ବାଚନ ଆଗକୁ ଥିବା ବେଳେ ଆଜି ବିଜେଡିର ମିଶ୍ରଣ ଦଳ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି । ମିଶ୍ରଣ ପର୍ବ ପରେ ମହେନ୍ଦ୍ର ବଢେଇ କହିଛନ୍ତି,ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଏବଂ ଚାଷୀଙ୍କୁ ଇନପୁଟ ସବସିଡ଼ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ବହୁ ସଂଖ୍ୟାରେ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଆସିଥିଲେ । ସେହିପରି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବହୁ ଭୋଟ ବ୍ୟବଧାନରେ ଜିତିବେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.