ଟ୍ଵିଟର ଲୋଗୋରେ ଥିବା ନୀଳ ପକ୍ଷୀର ନାମ Larry T Bird, ଜାଣନ୍ତୁ କେମିତି ରଖାଗଲା ଏହାର ନାମ ?
୨୦୦୬ରେ ଲଞ୍ଚ ହୋଇଥିଲା ଟ୍ଵିଟର। ସାଧାରଣଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ଵିଟରର ବ୍ୟବହାର କରୁଛନ୍ତି। ହେଲେ ଟ୍ଵିଟର ବ୍ୟବହାର କରୁଥିବା ୟୁଜର୍ସଙ୍କ ମଧ୍ୟରେ ବହୁତ କମ୍ ଲୋକେ ହୁଏତ ଟ୍ଵିଟର ଲୋଗୋର ଚଢେଇ ବିଷୟରେ କମ୍ ଜାଣିଥିବେ। ତେବେ ଟ୍ଵିଟରର ଲୋଗୋରେ ଥିବା ଏହି ଚଢେଇର ନାମ ଆପଣ ଜାଣିନଥିବେ ? ଏହି ଚଢେଇର ନାମ ଲେରୀ ଟି ବାର୍ଡ (Larry T Bird) ।
ଏହି ଚଢେଇର ନାମକୁ ନେଇ ଏକ କାହାଣୀ ରହିଛି। ଏହା ଚଢେଇର ନାମ ପ୍ରଖ୍ୟାତ୍ ବାସ୍କେଟବଲ ଖେଳାଳି ଲେରୀ ବାର୍ଡଙ୍କ ନାମରେ ରଖାଯାଇଛି। ଟ୍ଵିଟରର ସହ ସଂସ୍ଥାପକ ବିଜ ଷ୍ଟୋନ୍ ବୋଷ୍ଟନଙ୍କ ସହିତ ସାମଞ୍ଜସ୍ୟ ରହିଛି। ବିଜ ଷ୍ଟୋନ ଏନବିଏ ଟିମ ବୋଷ୍ଟନ ସିଲ୍ଟିକ୍ସଙ୍କ ପାଇଁ ଲେରୀ ବାର୍ଡ ବାସ୍କେଟବଲ୍ ଖେଳୁଥିଲେ। ବିଜ ଷ୍ଟୋନ୍ ଲେରୀ ବାର୍ଡଙ୍କ ବହୁତ ବଡ ପ୍ରଶଂସକ ଥିଲେ। ତେଣୁ ଲେରୀ ବାର୍ଡଙ୍କ ନାମରେ ସେ ଟ୍ଵିଟରର ଏହି ଚଢେଇ ନାମ ରଖିଥିଲେ।
ଟ୍ଵିଟରରେ ଲୋକେ ଅନେକ କଥା ପୋଷ୍ଟ କରନ୍ତି। ଆଉ ଏହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ହୁଏ। ଏଠାରେ ଲୋକେ ନିଜର ବିଚାର ରଖନ୍ତି। ତେବେ ଟ୍ଵିଟରରେ ଥିବା ଏହି ଚଢେଇକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ।
ଟ୍ଵିଟରର ଓରିଜିନାଲ ଲୋଗୋ ସାଇମନ ଓକ୍ସଲେ କ୍ରିଏଟ୍ କରିଥିଲେ। ଯାହାପରେ ତାକୁ ଆଇଷ୍ଟକ େଓ୍ଵବସାଇଟରେ ବିକ୍ରି ପାଇଁ ଲଞ୍ଚ କରିଥିଲେ। ଏହି ଲୋଗୋକୁ ଟ୍ଵିଟର ୧୫ ଡଲାରରେ କିଣିଥିଲା ।
ସୂଚନାଯୋଗ୍ୟ, ନିକଟରେ କିଛିଦିନ ତଳେ ଟେସଲା ମାଲିକ ଏଲନ ମସ୍କ ଟ୍ୱିଟର କିଣିଛନ୍ତି। ଟ୍ଵିଟର କିଣିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ କରିଛନ୍ତି ମସ୍କ। ଟ୍ଵିଟରରେ ବ୍ଲୁ ଟିକ୍ ପାଇଁ ପାଇଁ ୟୁଜର୍ସ ଏବେ ପଇସା ଦେବାକୁ ପଡିବ । ଆଉ ଏହି ଯୋଜନା ଯୋଗୁଁ ଟ୍ଵିଟର କର୍ମଚାରୀଙ୍କ ଉପରେ କାମର ଚାପ ମଧ୍ୟ ପଡିଛି। ମିଡିଆ ରିପୋର୍ଟ ମୁତାବକ, କର୍ମଚାରୀକୁ ଛଟେଇ ପାଇଁ ମଧ୍ୟ ଯୋଜନା ଚାଲିଛି।
ଟ୍ଵିଟର କିଣିବା ପରେ ଏଠିକାର କର୍ମଚାରୀ ଅଧିକରୁ ଅଧିକ ସମୟ କାମ କରିବା ପାଇଁ କହିଛନ୍ତି। କିଛି ଟ୍ୱିଟର ଇଞ୍ଜିନିୟରଙ୍କୁ ଦିନକୁ ୧୨ ଘଣ୍ଟା ଏବଂ ସପ୍ତାହରେ ସାତ ଦିନ କାମ କରିବାକୁ କୁହାଯାଇଛି। ଟ୍ଵିଟରରେ ବ୍ଲୁ ଟିକ୍ ପାଇବା ପାଇଁ ୮ ଡଲାର ଅର୍ଥାତ୍ ୬୬୦ ଟଙ୍କା ଦେବାକୁ ପଡିବ। ଆଉ ଏଥିପାଇଁ ଟ୍ୱିଟର ପରିଚାଳକମାନେ କର୍ମଚାରୀମାନଙ୍କୁ କହିଛନ୍ତି, ଏଲନ୍ ମସ୍କଙ୍କ ନୂତନ ନିଷ୍ପତ୍ତିକୁ ଠିକ୍ ସମୟରେ ପୂରଣ କରିବା ପାଇଁ ସେମାନଙ୍କୁ ଅତିରିକ୍ତ ଘଣ୍ଟା କାମ କରିବାକୁ ପଡିବ। ସପ୍ତାହରେ ସାତ ଦିନ ଏବଂ ପ୍ରତ୍ୟେକ ଦିନ ୧୨ ଘଣ୍ଟା ସିଫ୍ଟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।’