ମାତ୍ର ୫୪୯ ଟଙ୍କାରେ ମିଳୁଛି ୧୩ ହଜାର ଟଙ୍କିଆ realme ସ୍ମାର୍ଟଫୋନ! CODରେ ବୁକ୍‌ କରୁଛନ୍ତି ଗ୍ରାହକ

realme C33 ଏଣ୍ଟ୍ରି ଲେବଲ ସେଗ୍‌ମେଣ୍ଟ ସ୍ମାର୍ଟଫୋନ, ଯାହାକୁ ଗ୍ରାହକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏହାର ଦାମ୍‌ ମଧ୍ୟ ଯଥେଷ୍ଟ କମ୍‌ ରହିଛି। ତେବେ ଶସ୍ତା ହେବା ସତ୍ତ୍ୱେ ଏହାର ଡିମାଣ୍ଡରେ କୌଣସି ବି ପ୍ରକାର ଅଭାବ ନଜର ଆସୁନାହିଁ। କହି ରଖୁଛୁ, ଏହି ସ୍ମାର୍ଟଫୋନକୁ ଆହୁରି ଏତେ କମ୍‌ ଦାମ୍‌ରେ ବିକ୍ରି କରାଯାଉଛି କି, ଆପଣ ଭାବି ସୁଦ୍ଧା ପାରିବେ ନାହିଁ। ଏହା ଏକ ଧମାକାଦାର ସ୍ମାର୍ଟଫୋନ, ଯାହାକୁ ଏବେ ଡିସ୍‌କାଉଣ୍ଟ ପ୍ରାଇଜ୍‌ରେ ବିକ୍ରି କରାଯାଉଛି ଏବଂ ଗ୍ରାହକମାନେ ଏହାକୁ ବହୁତ ମାତ୍ରାରେ ବୁକ୍‌ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏହା ଉପରେ ମିଳୁଥିବା ଅଫର୍‌ ବିଷୟରେ କହିବୁ। ଆସନ୍ତୁ ଜାଣିବା…

ଏହି ସ୍ମାର୍ଟଫୋନର ପ୍ରକୃତ ଦାମ୍‌ ୧୨,୯୯୯ ଟଙ୍କା। ଯଦିଓ ଏହା ଉପରେ କମ୍ପାନୀ ତରଫରୁ ୨୩ ପ୍ରତିଶତ ଡିସ୍‌କାଉଣ୍ଟ ଅଫର୍‌ କରାଯାଉଛି। ଏହି ଡିସ୍‌କାଉଣ୍ଟ ପରେ ଗ୍ରାହକମାନଙ୍କୁ ଏହି ସ୍ମାର୍ଟଫୋନ କିଣିବା ପାଇଁ ମାତ୍ର ୯,୯୯୯ ଟଙ୍କା ଦେବାକୁ ପଡ଼ିବ। ଏହାର ଲିଷ୍ଟେଡ୍‌ ପ୍ରାଇଜ୍‌ ବହୁତ କମ୍‌ ହୋଇଯାଉଛି, ଯାହାକୁ ଗ୍ରାହକ ଖୁବ୍‌ ସହଜରେ ନିଜ ବଜେଟ୍‌ରେ ଫିଟ୍‌ କରି ପାରିବେ।

ଆପଣ ଭାବୁଥିବେ, ଏହି ସ୍ମାର୍ଟଫୋନରେ ଡିସ୍‌କାଉଣ୍ଟ ଏହିଠାରେ ହିଁ ଶେଷ ହୋଇଯାଉଛି, କିନ୍ତୁ ସେମିତି କିଛି ନୁହେଁ। କାହିଁକି ନା, ଫ୍ଲିପ୍‌କାର୍ଟ ତରଫରୁ ଏହି ସ୍ମାର୍ଟଫୋନର ବିକ୍ରି ଉପରେ ଏକ ଜବରଦସ୍ତ ଏକ୍ସଚେଞ୍ଜ ବୋନସ୍‌ ବି ଅଫର୍‌ କରାଯାଉଛି। ଏହି ଏକ୍ସଚେଞ୍ଜ ବୋନସ୍‌ ୯,୪୯୯ ଟଙ୍କାର ରହିଛି। ଯଦି ଆପଣଙ୍କଠାରେ ଏହା ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇଯାଉଛି, ତା’ ହେଲେ ଆପଣଙ୍କୁ ସ୍ମାର୍ଟଫୋନ କିଣିବା ପାଇଁ ମାତ୍ର ୫୪୯ ଟଙ୍କା ହିଁ ଦେବାକୁ ପଡ଼ିବ।

ଏହି ସ୍ମାର୍ଟଫୋନରେ କମ୍ପାନୀ ୫୦ ମେଗାପିକ୍ସଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଦେଇଛି। କମ୍ପାନୀ ନିଜ େଓ୍ଵବସାଇଟରେ ଏହାର ୫୦ ମେଗାପିକ୍ସଲ ମୋଡ୍‌ର କିଛି ସାମ୍ପୁଲ ଲଗାଇଛି। ଏହା ବ୍ୟତୀତ realme C33 ସ୍ମାର୍ଟଫୋନ ନାଇଟ୍‌ ମୋଡ୍‌ରେ ବି କାମ କରିଥାଏ। ଏଥିସହ କମ୍ପାନୀ ଏଥିରେ ୫ ମେଗାପିକ୍ସଲର ସେଲ୍ଫି କ୍ୟାମେରା ଦେଇଛି, ଯାହାକି ଏଆଇ ବ୍ୟୁଟିକୁ ସପୋର୍ଟ କରିଥାଏ।

ସିକ୍ୟୁରିଟି ପାଇଁ ଏହି ଫୋନ ସାଇଡ୍‌ ମାଉଣ୍ଟେଡ୍‌ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ଆସିବ। ଏଥିରେ 5000 mAhର ବ୍ୟାଟେରୀ ଦିଆଯାଇଛି। କମ୍ପାନୀର କହିବା ହେଲା, ଏହି ଫୋନ ୩୭ ଦିନର ଷ୍ଟାଣ୍ଡବାଇ ଟାଇମ୍‌ ସହିତ ଆସିବ। ଫୋନ୍‌ ଭିତରେ ବ୍ୟାଟେରୀ ସଞ୍ଚୟ କରିବା ପାଇଁ ଅଲ୍‌ଟ୍ରା ସେଭିଙ୍ଗ୍‌ ମୋଡ୍‌ ବି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.