ପୋଷା କୁକୁର କାମୁଡ଼ାରୁ କଳି ଘଟଣା: ଆଜି କୁକୁର ମାଲିକଙ୍କୁ ନୋଟିସ୍ କରିବ ଇନ୍‌ଫୋସିଟି ଥାନା ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ସ୍ଥିତ ଇନଫୋସିଟି ଥାନା ଅଞ୍ଚଳରେ ପୋଷା କୁକୁର କାମୁଡ଼ାରୁ କଳି ଘଟଣା। ଆଜି କୁକୁର ମାଲିକଙ୍କୁ ନୋଟିସ କରିବ ଇନ୍‌ଫୋସିଟି ଥାନା ପୋଲିସ। ତଦନ୍ତରେ ସହଯୋଗ କରିବାକୁ ନୋଟିସରେ ଉଲ୍ଲେଖ କରିବ ପୋଲିସ। କଲୋନୀକୁ କୁକୁରକୁ ଆଗାମୀ ଦିନରେ ନ ଆଣିବାକୁ ମଧ୍ୟ କୁକୁରର ମାଲିକଙ୍କୁ ମଧ୍ୟ ଆଜି ନୋଟିସ କରିବ ପୋଲିସ।

ଗତକାଲି ଦିନ ତମାମ ହାଇଡ୍ରାମା ପରେ ତପସ୍ୱିନୀ କଲୋନୀରୁ ସ୍ଥାନାନ୍ତର ହୋଇଥିଲା ପୋଷା କୁକୁର । ଭୁବନେଶ୍ୱର ତପସ୍ୱିନୀ କଲୋନୀରୁ ଡଗ୍‌ କେୟାର ସେଣ୍ଟରକୁ ଯାଇଥିଲା ପୋଷା କୁକୁର । କଲୋନୀ ବାସିନ୍ଦାଙ୍କ ଦାବି ଏବଂ ଥାନାରେ ମାମଲା ପରେ କଲୋନୀରୁ ତାକୁ ସ୍ଥାନାନ୍ତର କରାଯାଇଥିଲା। ଘର ମାଲିକଙ୍କ ଭାଇ ବଦ୍ରି ପଟ୍ଟନାୟକ କୁକୁରକୁ ନେଇ ଡଗ୍‌ କେୟାର ସେଣ୍ଟରରେ ଛାଡ଼ିଥିଲେ।

ଗତ ୬ ତାରିଖରେ ଶ୍ରାବଣୀ ପଟ୍ଟନାୟକ ନିଜ ପୋଷା କୁକୁରକୁ ରାସ୍ତାରେ ବୁଲାଉଥିବା ବେଳେ ପଡୋଶୀ ରୁତୁରାଜ ଖଟୋଇଙ୍କ ୮ ବର୍ଷର ପୁଅକୁ କାମୁଡି ଦେଇଥିଲା। ପରେ ଶ୍ରାବଣୀ ଆହତ ପିଲାକୁ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାକୁ ନେଇ କଲୋନୀରେ ଉତ୍ତେଜନା ଦେଖାଦେଇଥିଲା ।ଏହି ମାମଲାରେ ଇନ୍‌ଫୋସିଟି ଥାନାରେ ଗତକାଲି ୨ଟି ମାମଲା ରୁଜୁ ହୋଇଛି। ଉଭୟ ମାମଲାକୁ ନେଇ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.