Below header

ଧରା ପଡିଲା ସିରିଜ ଲୁଟର ମୁଖ୍ଯ ଅଭିଯୁକ୍ତ ଶେଖ ବାବୁ, ଚୋରି କରିବା ସହ ଫ୍ରିଜରୁ ଖାଦ୍ୟ ଆଣି ଖାଉଥିଲା

ଚୋରି କରିବା ସହ ଫ୍ରିଜରୁ ଖାଦ୍ୟ ଆଣି ଖାଉଥିଲା,ବାଥରୁମ ମଧ୍ୟ ବ୍ଯବହାର କରୁଥିଲା।

କଟକ : ଚୋରି କରିବା ସହ ଫ୍ରିଜରୁ ଖାଦ୍ୟ ଆଣି ଖାଉଥିଲା,ବାଥରୁମ ମଧ୍ୟ ବ୍ଯବହାର କରୁଥିଲା। ବିଗତ କିଛି ଦିନ ଧରି ପୋଲସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଏକ କୁଖ୍ଯାତ ଚୋରକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଧରା ପଡିଛି ସିରିଜ ଲୁଟର ମୁଖ୍ଯ ଅଭିଯୁକ୍ତ ଶେଖ ବାବୁ।

ବିପୁଳ ପରିମାଣରେ ସୁନା ରୁପା ଓ ଟଙ୍କା ଜବତ କରିଛି ପୋଲିସ। ମୋଟ ୨୧ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସୂଚନା ଦେଇଛନ୍ତି। ପୂର୍ବରୁ ବିଭିନ୍ନ ଥାନାରେ ୯ ଟି ମାମଲା ଅଭିଯୁକ୍ତ ନାଁ ରେ ରହିଥିବା ଜଣାପଡିଛି ।

୨୯୫ ଗ୍ରାମ ସୁନା ଅଳଙ୍କାର ଓ ୨ କେଜି ରୁପା ଅଳଙ୍କାର ସହିତ ନଗଦ ୨ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି ପୋଲିସ। ଏହା ଛଡା ୧୦ ଟି ମୋବାଇଲ ଫୋନ, ୩ ଟି ଲ୍ଯାପଟପ, ୩ ଟି କ୍ଯାମେରା, କିଛି କଏନ, କିଛି ସ୍ପିକର, ହାତ ଘଣ୍ଟା ଆଦି ଅନେକ ସାମଗ୍ରୀ ଅଭିଯୁକ୍ତ ଠାରୁ ଜବତ କରାଯାଇଛି।

ଅଭିଯୁକ୍ତ ଏକୁଟିଆ ଚୋରି କରୁଥିଲା ବୋଲି ପୋଲିସକୁ ସୂଚନା ଦେଇଛି। ଝରକା ତାଡି ପଶୁଥିଲା। ଯେଉଁ ଘରେ ସଦସ୍ଯ ବାହାରକୁ ଯାଉଥିଲେ ବା ଯେଉଁ ଘରଟି ନିଛାଟିଆ ଅଂଚଳରେ ଥିଲା, ସେହି ଘରକୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ।

ବିଗତ ଏକ ମାସ ଭିତରେ ସହରର ବିଡାନାସି ଥାନା, ଲାଲବାଗ ଥାନା, ମଙ୍ଗଳାବାଗ ଥାନା ଆଦି ଅଞ୍ଚଳରେ ୬ ଟି ଘରେ ପଶି ଚୋରି କରିଥିଲା ଅଭିଯୁକ୍ତ। ଘରର କବାଟ ଝରକା ଆଦି ମଜବୁତ ଢଙ୍ଗରେ ପ୍ରସ୍ତୁତ କରିବାକୁ ଅପିଲ କରିଛନ୍ତି କଟକ ଡିସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.