Below header

ବିଶ୍ଵଶାନ୍ତି ନାମଯଜ୍ଞରେ ପ୍ରମୁଖ ଆକର୍ଷଣ ସାଜିଛି ୫୫ ଲକ୍ଷରେ ନିର୍ମିତ ଘୁର୍ଣ୍ଣୀୟମାନ କୁଞ୍ଜଘର

୫୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାରେ ନିର୍ମିତ ଏହି କୁଞ୍ଜଘରଟି ମୋଟର ଦ୍ଵାରା ଘୁରୁଛି । ଉପରେ ସତ୍ୟଯୁଗର ଚିତ୍ର ଓ ଚରିତ୍ର ରହିଥିବାବେଳେ ତା ତଳକୁ ରହିଛି ତ୍ରେତୟା ଯୁଗର ଚିତ୍ର ଓ ଚରିତ୍ର । ସେହିଭଳି ତା ତଳକୁ ଦ୍ଵାପର ଯୁଗ ଏବଂ ତଳେ କଳିଯୁଗର ଚିତ୍ର ଓ ଚରିତ୍ରକୁ ସ୍ଥାନିତ କରାଯାଇଛି । କେନ୍ଦୁପାଲି ଗାଁରେ ତିନିମାସ ଧରି ନିର୍ମିତ ହୋଇଥିବା ଏହି କୁଞ୍ଜଘର ଏବେ ସମସ୍ତଙ୍କ ପାଇଁ ପାଲଟିଛି ମୁଖ୍ୟ ଆକର୍ଷଣ ।

ସୁବର୍ଣ୍ଣପୁର : ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ । ହରେ ରାମ ହରେ ରାମ,ରାମ ରାମ ହରେ ହରେ । ମୃଦଙ୍ଗ ଓ ତାଳର ସୁରେ ସୁରେ ଚାଲିଛି ନାମ ସଂକୀର୍ତ୍ତନ । ନୃତ୍ୟ ଗୀତରେ ମସଗୁଲ ଅଛନ୍ତି ଶ୍ରଦ୍ଧାଳୁ । ଆଉ ଏପଟେ ଦେଖନ୍ତୁ କୁଂଜଘର ଭିତରେ କିଭଳି ରାଧାକୃଷ୍ଣଙ୍କ ଆଗରେ ଘିରି ଘିରି ହୋଇ ବୁଲୁଛନ୍ତି ଅଷ୍ଟଶଖି ଓ ନିତାଇ ଗୌଡ । ଆଉ ଦେଖନ୍ତୁ ଟିକିଏ କୁଞ୍ଜ ଘରର ବାହାର ଦୃଶ୍ୟକୁ । ୯୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଂଜଘର କିଭଳି ହୋଇଛି ଆକର୍ଷଣୀୟ । ସମାଜରେ ଶାନ୍ତି,ମୈତ୍ରୀ ଓ ସଂହତି ସ୍ଥାପନର ବାର୍ତ୍ତାନେଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ କେନ୍ଦୁପାଲି ଗାଁରେ ଚାଲିଛି ବିଶ୍ଵଶାନ୍ତି ଛପନ ପ୍ରହରୀ ନାମଯଜ୍ଞ । ଘୃତଯଜ୍ଞ,ଅନ୍ନଯଜ୍ଞ ସହ ବିଭିନ୍ନ ଅଧ୍ୟାମକି କାର୍ଯ୍ୟକ୍ରମରେ କମ୍ପି ଉଠୁଛି କେନ୍ଦୁପାଲି ଗାଁ । ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉଛୁଳି ପଡୁଛି ଗାଦାଣ୍ଡ । ଆଉ ଏସବୁ ଭିତରେ ମୁଖ୍ୟ ଆକର୍ଷଣ ସାଜିଛି ଅଧକୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନାମ କୁଞ୍ଜଘର ।

୫୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାରେ ନିର୍ମିତ ଏହି କୁଞ୍ଜଘରଟି ମୋଟର ଦ୍ଵାରା ଘୁରୁଛି । ଉପରେ ସତ୍ୟଯୁଗର ଚିତ୍ର ଓ ଚରିତ୍ର ରହିଥିବାବେଳେ ତା ତଳକୁ ରହିଛି ତ୍ରେତୟା ଯୁଗର ଚିତ୍ର ଓ ଚରିତ୍ର । ସେହିଭଳି ତା ତଳକୁ ଦ୍ଵାପର ଯୁଗ ଏବଂ ତଳେ କଳିଯୁଗର ଚିତ୍ର ଓ ଚରିତ୍ରକୁ ସ୍ଥାନିତ କରାଯାଇଛି । ତିନିମାସ ଧରି ନିର୍ମିତ ହୋଇଥିବା ଏହି କୁଞ୍ଜଘର ଏବେ ସମସ୍ତଙ୍କ ପାଇଁ ପାଲଟିଛି ମୁଖ୍ୟ ଆକର୍ଷଣ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁରେ ଦିର୍ଘ ୪୦ ବର୍ଷର ବ୍ୟବଧାନ ପରେ ତୃତୀୟ ଥର ପାଇଁ ଆୟୋଜିତ ହୋଇଛି ଏଭଳି ଏକ ୫୬ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ । ଏହି ଅବସରରେ ନାମ ସଂକୀର୍ତ୍ତନ ସହ ହୋମଯଜ୍ଞ,ଘୃତଯଜ୍ଞ ଏବଂ ଅନ୍ନଯଜ୍ଞ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଅଢେଇ କୋଟି ବ୍ୟୟରେ କେନ୍ଦୁପାଲି ଗ୍ରାମବାସୀଙ୍କ ଉଦ୍ୟମରେ ଆୟୋଜିତ ଏହି ବିଶ୍ଵଶାନ୍ତି ନାମଯଜ୍ଞ ୯ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବାବେଳେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି କେନ୍ଦୁପାଲି ଗାଁରେ । ସ୍ଥାନୀୟ ଅଞ୍ଚଳରେ ଶାନ୍ତି, ମୈତ୍ରୀ ଓ ସଂହତିର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମର ସଫଳତା ନେଇ ଆୟୋଜକ ମାନେ ଖୁସିବ୍ୟକ୍ତ କରିଥିବାବେଳେ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦୁପାଲି ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.