ମନ୍ଦିର ପରିକ୍ରମା କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା, ଜୀବନରେ ଆସିବନି ସଙ୍କଟ

ମନ୍ଦିର ପରିକ୍ରମା କରିବା ଦ୍ୱାରା ଲୋକଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମନ୍ଦିର ଚାରିପାଖରେ କାହିଁକି ପରିକ୍ରମା କରନ୍ତି ? ଏହା ପଛର କାରଣ ବିଷୟରେ ଆସନ୍ତୁ ଜାଣିବା ।

ଯେତେବେଳେ ଆମେ ମନ୍ଦିରକୁ ଯାଇଥାଉ ସେତେବେଳେ ଆମେ ମନ୍ଦିର ଚାରିପଟେ ପରିକ୍ରମା କରୁ । କେବଳ ମନ୍ଦିର ନୁହେଁ ଅନ୍ୟ ପବିତ୍ର ସ୍ଥାନଗୁଡିକରେ ମଧ୍ୟ ପରିକ୍ରମା କରୁ । ବିଶ୍ୱାସ କରାଯାଏ ଯେ ମନ୍ଦିରରେ ପରିଦର୍ଶନ କରିବା ଏବଂ ପୂଜା କରିବା ଦ୍ୱାରା ଲୋକଙ୍କ ମନରେ ଶାନ୍ତି ଆସିଥାଏ । ମନ୍ଦିର ପରିକ୍ରମା କରିବା ଦ୍ୱାରା ଲୋକଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ମନ୍ଦିର ଚାରିପାଖରେ କାହିଁକି ପରିକ୍ରମା କରନ୍ତି ? ଏହା ପଛର କାରଣ ବିଷୟରେ ଆସନ୍ତୁ ଜାଣିବା ।

ଧର୍ମ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଗଣେଶ ଏବଂ କାର୍ତ୍ତିକଙ୍କ ମଧ୍ୟରେ ସଂସାର ପରିକ୍ରମା ପାଇଁ ପ୍ରତିଯୋଗିତା ଚାଲିିଥିଲା ସେତେବେଳେ ଭଗବାନ ଗଣେଶ ଚତୁରତାର ସହ ପିତା ଶିବ ଏବଂ ମାତା ପାର୍ବତୀଙ୍କର ୩ ଥର ପରିକ୍ରମା କରିଥିଲେ। ସେବେଠାରୁ ବିଶ୍ୱାସ କରାଯାଏ ଯେ ଆମର ପ୍ରିୟ ଭଗବାନ ଆମର ବିଶ୍ୱ । ସେଥିପାଇଁ ଲୋକମାନେ ମନ୍ଦିର ଚାରିପାଖରେ ପରିକ୍ରମା କରିଥାନ୍ତି । ଏଭଳି କରିବା ଦ୍ୱାରା ଲୋକମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ଜୀବନରେ ସୁଖ ଆସେ ।

ହିନ୍ଦୁ ଧର୍ମରେ ମାନ୍ୟତା ଅଛି ଯେ ଦେବୀଙ୍କ ମନ୍ଦିରରେ କେବଳ ଥରେ ପରିକ୍ରମା କରିବା ଉଚିତ ଏବଂ ଭଗବାନ ବିଷ୍ଣୁ ଏବଂ ତାଙ୍କର ସମସ୍ତ ଅବତାର ଥିବା ମନ୍ଦିରରେ ଚାରିଥର ପରିକ୍ରମା କରିବା ଉଚିତ୍‌ । ଭଗବାନ ଗଣେଶଙ୍କ ମନ୍ଦିରରେ ୩ ଥର ପରିକ୍ରମା କରିବା ଉଚିତ୍ । ଭଗବାନ ଶିବଙ୍କ ମନ୍ଦିରରେ ଅଧା ପରିକ୍ରମା କରାଯାଇଥାଏ । ପବିତ୍ର ଗଛର ପରିକ୍ରମା ୧୧ କିମ୍ବା ୨୧ ଥର କରିବା ଶୁଭ ବୋଲି ଧରାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.