୪ ମାସ ପରେ ଖୋଲିଲା ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି, ଚାଲିଛି ଗଣତି
ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ୪ ମାସ ପରେ ଖୋଲିଛି। ଗତଥର ସଂଗ୍ରହ ହୋଇଥିଲା ୬୨ ଲକ୍ଷ ୨୨ ହଜାର ୦୫୯ ଟଙ୍କା, ସୁନା ୪୬ ଗ୍ରାମ ଓ ରୁପା ଏକ କେଜି ୭୭୫ ଗ୍ରାମ ।

ରାୟଗଡ଼ା(କେନ୍ୟୁଜ୍):ରାୟଗଡ଼ା ଅଧିଷ୍ଠାତ୍ରୀ ଠାକୁରାଣୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୪ ମାସ ପରେ ଆଜି ଖୋଲିଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ବବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲିଛି। ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ଯରେ ମହିଳା ସେଚ୍ଛାସେବୀ ସଙ୍ଗଠନ ସଦସ୍ଯ ଓ କିଛି ଛାତ୍ରଛାତ୍ରୀଙ୍କୁ ନୀୟଜିତ କରାଯାଇଛି। ଏଥିରେ ପ୍ରାୟ ୧୫୦ ଜଣ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟଜିତ ହୋଇଛନ୍ତି।
ଗଣତି କାର୍ଯ୍ଯରେ ନିୟୋଜିତ ହୋଇ ନିଜକୁ ଭାଗ୍ଯବାନ ମନେ କରିଛନ୍ତି ଗଣତିରେ ନିୟୋଜିତ ଏସ.ଏଚ୍.ଜି ମହିଳା ସଦସ୍ଯମାନେ। ଗତ ୨୧.୧୨.୨୦୨୨ ତାରିଖରେ ଦାନ ହୁଣ୍ଡିରୁ ୬୨ ଲକ୍ଷ ୨୨ ହଜାର ୦୫୯ ଟଙ୍କା, ସୁନା ୪୬ ଗ୍ରାମ ଓ ରୁପା ଏକ କେଜି ୭୭୫ ଗ୍ରାମ ସଂଗ୍ରହ ହୋଇଥିବା ବେଳେ କିଛି ବିଦେଶ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା।