Below header

ଚଳଚଞ୍ଚଳ ଯାଜପୁର: ମକର ସଙ୍କ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲା ବିଂଝାରପୁର ରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ । ପ୍ରଭୁ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ । ପୂଜକ ମାନେ ଆଜି ଦିନ ଭୋର ୪ଟାରୁ ପ୍ରଭୁଙ୍କୁ ସୁସଜ୍ଜିତ ବେଶ କରାଇବା ପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବାବା ବରୁଣେଶ୍ୱର । ଭକ୍ତମାନଙ୍କ ପାଇଁ ମଧ୍ୟ ବଡ଼ଭୋଗ ଅର୍ପଣ କରାଯାଇଥାଏ । ଏହି କ୍ଷେତ୍ରଟି ପ୍ରଭୂ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ ।

ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି । ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ମୋକ୍ଷଲାଭ କରିଥାନ୍ତି । ଆଜି ଠାରୁ ୯ ଦିନ ବ୍ୟାପୀ ଓଡିଶା ପ୍ରସିଦ୍ଧ ବରୁଣେଶ୍ୱର ମେଳା ଆୟୋଜିତ ହୋଇଥାଏ । କୋଭିଡ କଟକଣା ପାଇଁ ୨ ବର୍ଷ ବାବା ଙ୍କ ଦର୍ଶନ ବନ୍ଦ ରହିଥିଲା ଚଳିତ ବର୍ଷ ବାବା ଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.