ଆମେରିକାରେ ପ୍ରବଳ ଘୂର୍ଣ୍ଣିଝଡରେ ୯ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ଆମେରିକାର ଓକଲାହୋମା ସହରର ସିଲସିଲେଓ୍ଵାରରେ ଭୟଙ୍କର ଘୂର୍ଣ୍ଣିଝଡ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୦୦ ଜଣ ଆହତ ହୋଇଛନ୍ତି । କିଛିଦିନ ପୂର୍ବରୁ ଭୟଙ୍କର ଘୁର୍ଣ୍ଣିଝଡରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ, ମୃତକଙ୍କ ସଂଖ୍ୟା ବଢି ୯ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୨ ଜଣ ପିଲା ସାମିଲ ରହିଛନ୍ତି । ଓକଲାହୋମାର ସ୍ୱାସ୍ଥ୍ୟ ବିଭାଗ କହିଛି କି, ହସପିଟାଲରେ ୧୦୪ ଜଣଙ୍କ ଚିକିତ୍ସା ଚାଲିଛି। ତେବେ ମୃତକଙ୍କ ସଂଖ୍ୟା ହୁଏତ ବଢିପାରେ ବୋଲି ସୂଚନା ମିଳିଛି ।

ଭୀଷଣ ଝଡ ଯୋଗୁଁ ଜଣେ ମହିଳା ଏବଂ ତାଙ୍କର ପିଲାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟପଟେ ରାସ୍ତାରେ ରଖାହୋଇଥିବା ଏସୟୁଭି କାର ଓଲଟିବା ଯୋଗୁଁ କିଛି ଆହତ ହୋଇଛନ୍ତି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପ୍ରବଳ ଝଡ ତୋଫାନ ଏବଂ ଖରାପ ପାଣିପାଗ ଯୋଗୁଁ ମା’ ଏବଂ ପିଲାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଝଡତୋଫାନରେ ଲୋକଙ୍କୁ ଘରୁ ନ ବାହାବା ପାଇଁ ସତର୍କ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.