Below header

ନାତୁଣୀ ସହିତ ଜୋରଜବରଦସ୍ତି କରୁଥିଲା ସମ୍ପର୍କୀୟ ଅଜା, ଆଈ କରୁଥିଲା ଭିଡିଓ ସୁଟିଂ; ଏବେ ଉଭୟ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ନାତୁଣୀର ଅଶ୍ଳୀଳ ଭିଡିଓ କରି ଅଜା ଗିରଫ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗାଁରେ । ଶିକ୍ଷକ ରାମଚନ୍ଦ୍ର ସଏ ଓ ତାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ସଏଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ ମାଆ ମରିବା ପରେ ପୀଡିତା ସମ୍ପର୍କୀୟ ଅଜା ତଥା ବଡମହୁଲଡିହା ସେବାଶ୍ରମ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ସଏଙ୍କ ଘରେ ରହୁ ପଢୁଥିଲେ । ତେବେ ଅଜା ଅଶ୍ଳୀଳ ଆଚରଣ କରୁଥିବା ବେଳେ ତାଙ୍କ ପତ୍ନୀ ଭିଡିଓ ସୁଟିଂ କରୁଥିଲେ । ଏହି ଭିଡିକୁ ସ୍ୱାମୀଙ୍କୁ ପଠାଇବା ବେଳେ ଭୁଲରେ ଅନ୍ୟମାନଙ୍କ ପାଖକୁ ଚାଲିଯାଇଥିଲା ।

ଗ୍ରାମବାସୀ ଏ ସମ୍ପର୍କରେ ଅବଗତ ହେବା ପରେ ସରପଞ୍ଚଙ୍କୁ ଜଣାଇବା ସହିତ ଏକ ବୈଠକ ବସାଇଥିଲେ। ମାତ୍ର ବୈଠକରେ ଘଟଣା ସମାଧାନ ନ ହେବାରୁ କଥା ଥାନାକୁ ଯାଇଥିଲ। ଗତକାଲି ଝିଅର ଖୁଡି ଏନେଇ ଠାକୁରମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରି ଶିକ୍ଷକ ତଥା ସମ୍ପର୍କୀୟ ଅଜା ରାମଚନ୍ଦ୍ର ସଏ ଓ ତାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ସଏଙ୍କୁ ଗିରଫ କରିଛି। ତେବେ ଭିଡିଓ ଉତ୍ତୋଳନ ପଛରେ କ’ଣ କାରଣ ତାହା ସ୍ପଷ୍ଟ ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.