ସଡ଼କ ଦୁର୍ଘଟଣା: ଟ୍ରକ୍‌ ପଛକୁ ପିଟିଛି କାର୍‌, ଘଟଣାସ୍ଥଳରେ ୨ ମୃତ

ଯାଜପୁର(କେନ୍ୟୁଜ): ଯାଜପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌ ପଛକୁ ପିଟିଛି କାର୍‌ । ଦୁର୍ଘଟଣା ଏତେ ଜୋର୍‌ ଥିଲା ଯେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକ ଦୁଇ ଜଣ ଜଗତସିଂହପୁର ଏରସମା ଅଞ୍ଚଳର ବୋଲି ଜଣାପଡ଼ିଛି ତେବେ ସେମାନଙ୍କ ପରିଚୟ ମିଳି ପାରି ନାହିଁ। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା କଟିଥିବା ବେଳ କୁଆଖିଆ ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.