Below header

ପୋଲ ଉପରୁ ୨୦ ଫୁଟର ତଳକୁ ଖସିଲା ବସ୍‌, ୩୦ ଯାତ୍ରୀ ଆହତ, ୫ ଗୁରୁତର

ମାଲକାନଗିରି (କେନ୍ଯୁଜ୍) :ମାଲକାନଗିରିରେ ଓଲଟିଲା ବସ୍‌ । ପାଖାପାଖି ୨୦ ଫୁଟ ତଳକୁ ଖସିଲା ବସ୍‌ । ମାଥିଲି ଗୋବିନ୍ଦପାଲିରେ ଘଟିଛି ଦୁର୍ଘଟଣା । ବ୍ରିଜ୍‌ରୁ ବସ୍‌ଟି ଖସି ପଡ଼ିଛି । ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଗୋବିନ୍ଦପାଲ୍ଲୀ, ମାଥିଲି ଓ ଖାଇରପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିକଟରେ ଥିବା ବିଏସ୍‌ଏଫ୍‌ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ । ପୋଲଟି ନିକଟରେ ଏକ ଗଛ ଥିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଡ୍ରାଇଭର ମୋବାଇଲରେ କଥା ହେଉଥିବାରୁ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.