ଏଣିକି ଅନଲାଇନରେ ହେବ ଟ୍ରାନ୍ସପୋର୍ଟ ବିଭାଗର ଚାଲାଣ

ଭୁବନେଶ୍ବର(କେନ୍ଯୁଜ୍) : ରସିଦ୍‌ ଜମାନା ଗଲା । ଏଣିକି ଅନ୍‌ ଲାଅନଲାଇନ୍‌ କାରବାର । କ୍ୟାସଲେସ୍‌ ହେବ ଆରଟିଓ ଅଫିସ । ପରିବହନ ବିଭାଗର ସମସ୍ତ କାରବାର ଏଣିକି ଅନ୍‌ଲାଇନ୍‌ରେ ହେବ । ନଭେମ୍ବର ୧ରୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବ ମାନୁଆଲ୍‌ ଭେହିକିଲ୍‌ ଚେକିଂ ରିପୋର୍ଟ ବା ଭିସିଆର୍‌ । ଓଡ଼ିଶା ମୋଟର ଭେହିକିଲ୍‌ ଡିପାର୍ଟମେଣ୍ଟ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ ଏମଓୟୁ ହୋଇଛି ।

ନଭେମ୍ବର ପହିଲାରୁ ନୂଆ ନିୟମ । ସମସ୍ତ ଆର୍‌ଟିଓ ଅଫିସରେ ବନ୍ଦ ହେବ ମାନୁଆଲ୍‌ ଭିସିଆର୍‌ । ଅନ୍‌ଲାଇନ୍‌ରେ ଫି, ଟିକସ ଓ ଜରିମାନା ପୈଠ କରିବେ ଗ୍ରାହକ । ଓଡ଼ିଶା ମୋଟର ଭେହିକିଲ୍‌ ଡିପାର୍ଟମେଣ୍ଟ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଅଫିସ ସମେତ ସମସ୍ତ ୩୫ଟି ଆର୍‌ଟିଓ ଅଫିସରେ ୧୬୨ଟି ପିଓଏସ୍‌ ମେସିନ୍‌ ଲଗାଇବ ଏଚ୍‌ଡିଏଫ୍‌ସି । ସେହିପରି ଚେକିଂ ବେଳେ ଜରିମାନା ବି ଡିଜିଟାଲ୍‌ ଉପାୟରେ ଆଦାୟ ହେବ । ଏନ୍‌ଫୋର୍ସମେଣ୍ଟ ଅଫସରଙ୍କୁ ୧୯୫ଟି ମୋବାଇଲ୍‌ ଇ-ଚାଲାଣ ମେସିନ୍‌ ପ୍ରଦାନ କରାଯିବ ।

କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ସମସ୍ତ କାରବାର କରିବେ ଗ୍ରାହକ । ମୋବାଇଲ୍‌ ଇ-ଚାଲାଣ ମେସିନ୍‌ ସହିତ ପରିବହନ ବିଭାଗର ଡାଟାବେସ୍‌ ସାରଥୀ ଓ ବାହାନ ସହ ଯୋଡ଼ାଯିବ । ପୂର୍ବ ଦୁର୍ଘଟଣା ରେକର୍ଡ ବି ଏଥିରୁ ଜାଣିହେବ । ଯାଞ୍ଚ ବେଲେ ଧରାପଡ଼ିଲେ ଅଧିକ ଜରିମାନା ଗଣିବେ । ମେସିନ୍‌ରୁ ବାହାରିବ ଦୁଇଟି ଭିସିଆର୍‌ । ଗାଡ଼ି ମାଲିକ ଗୋଟିଏ କପି ନେଇପାରିବେ । ଏହାଦ୍ୱାରା ବିଭାଗୀୟ କାର୍ଯ୍ୟ ସରଳ ହେବା ସହ ଦୁର୍ନୀତିକୁ ରୋକାଯାଇ ପାରିବ ।

ବିମୁଦ୍ରିକରଣ ପରେ କ୍ୟାସଲେସ୍‌ ଟ୍ରାଞ୍ଜକାସନ୍‌କୁ ଗୁରୁତ୍ୱ ଦିଆଯାଉଛି । ଏବେ ପରିବହନ ବିଭାଗ ଏହି ସେବା ସହ ଯୋଡ଼ି ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.