Below header

ପ୍ରେମିକକୁ କରୁଥିଲେ କିସ୍ . . . ପତ୍ନୀଙ୍କ ପରକୀୟା ପ୍ରୀତି ଧରାପକାଇଦେଲା ଗୁଗଲ୍ ମ୍ୟାପ୍

ସ୍ତ୍ରୀର ପରକୀୟା ପ୍ରୀତି ଧରାପକାଇଦେଲା ଗୁଗଲ୍ ମ୍ୟାପ୍ । ପ୍ରେମିକକୁ କିସ୍ କରୁଥିବା ବେଳେ ଗୁଗଲ୍ ମ୍ୟାପ୍ ଜରିଆରେ ଜାଣିଗଲେ ସ୍ବାମୀ । ଏଭଳି ଏକ ଆଶ୍ଚର୍ଯ୍ଯଜନକ ଘଟଣା ଦକ୍ଷିଣ ଅମେରିକାର ପେରୁରୁ ଆସିଛି ସାମ୍ନାକୁ । ସୂଚନା ମୂତାବକ ଜଣେ ବ୍ୟକ୍ତି ଏକ ବ୍ରିଜକୁ ଯିବା ପାଇଁ ସବୁଠାରୁ ସଠିକ୍ ଏବଂ ସହଜ ରାସ୍ତା ଗୁଗଲ ମ୍ୟାପରେ ଖୋଜୁଥିଲେ । ହେଲେ ଗୁଗଲ୍ ମ୍ୟାପରେ ପରେ ଯେଉଁ ଦୃଶ୍ୟ ତାଙ୍କ ସାମ୍ନାକୁ ଆସିଥିଲା ସେଥିରେ ସେ ସମ୍ପୂର୍ଣ୍ଣ ହଲିଯାଇଥିଲେ ।

ବ୍ୟକ୍ତି ଜଣଙ୍କୁ ଗୁଗଲ ମ୍ୟାପର ଷ୍ଟ୍ରିଟ୍ ଭ୍ୟୁରେ ଏକ ଚିହ୍ନା ଜଣା ଚେହେରା ଦେଖିବାକୁ ପାଇଲେ । ଏହି ଫଟୋରେ ସେ ଜଣେ ମହିଳା ଧଳା ଟୋପି, ଜିନ୍ସ ଏବଂ ହିଲ୍ ପିନ୍ଧିଥିବା ଦେଖିବାକୁ ପାଇଥିଲେ । ଆଉ ମହିଳା ଜଣକ ଏକ ବେଂଚରେ ବସିଥିଲେ ଏବଂ ତାଙ୍କ କୋଳରେ ଆଉ ଜଣେ ବ୍ୟକ୍ତି ଶୋଇଥିଲେ । ଯାହାଙ୍କୁ ମହିଳା ଜଣକ କିସ୍ କରୁଥିଲେ । ତେବେ ଫଟୋଟିକୁ ଯେତେବବେଳେ ସେ ଜୁମ୍ କଲେ ଦେଖିବାକୁ ପାଇଲେ ଯେ ମହିଳା ଜଣକ ଆଉ କେହି ନୁହନ୍ତି ବରଂ ତାଙ୍କ ନିଜ ସ୍ତ୍ରୀ ।

google_street_view_caught_cheating_divorceଏହା ପରେ ବ୍ୟକ୍ତି ଜଣକ ଫଟୋଟିକୁ ନେଇ ପଚରାଉଚରା କରିବାରୁ ମହିଳା ଜଣକ ନିଜ ଆଫେୟାର୍ କଥା ମାନିଯାଇଥିଲେ । ଏହା ପରେ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ବ୍ୟକ୍ତିଜଣକ ।  ସୂଚନାଯୋଗ୍ୟ, ଗୁଗଲ୍ ବିଶ୍ବର ଅନେକ ଦେଶରେ ଷ୍ଟ୍ରିଟ୍ ଭ୍ୟୁ ଫିଚର୍ ଲଂଚ୍ କରିଛି । ଯେଉଁଥିରେ ପ୍ରମୁଖ ରାସ୍ତାଗୁଡିକର ସଫା ଫଟୋ ମ୍ୟାପରେ ଦେଖାଯାଇଥାଏ । ତେବେ ଭାରତରେ ଏହି ଫିଚରରେ କିଛି କଟକଣା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.