ଆମାଜନ ଗ୍ରେଟ ଇଣ୍ଡିଆନ ସେଲର ଆଜି ଶେଷ ଦିନ, ଶସ୍ତାରେ ମିଳୁଛି ଏହି ସ୍ମାର୍ଟଫୋନ

ଆମାଜନରେ ଚାଲୁଥିବା ଗ୍ରେଟ ଇଣ୍ଡିଆନ ସେଲର ଆଜି (୧୫ ଅକ୍ଟୋବର) ଶେଷ ଦିନ। ଏମିତିରେ ଆପଣଙ୍କୁ ଯଦି ସ୍ମାର୍ଟଫୋନ କିମ୍ବା ଅନ୍ୟ ପ୍ରଡକଟ୍ସ କିଣିବାର ଅଛି ତେବେ ଆଜି ରାତି ୧୨ ପର୍ଯ୍ଯନ୍ତ ଏହି ସୁଯୋଗ ଉପଲବ୍ଧ ଅଛି। ଆଜି ଆମେ ସେହି ସ୍ମାର୍ଟଫୋନ ବିଷୟରେ ଜଣାଇବାକୁ ଯାଉଛୁ ଯାହା କେବଳ ଆଜି ହିଁ ଆପଣ ଶସ୍ତାରେ( ୪୦ ପ୍ରତିଶତ) ପାଇବାରିବେ। ଆସନ୍ତୁ ଜାଣିବା ସମସ୍ତ ଅଫର ବିଷୟରେ।

Honor 7X ଆମାଜନରେ ୯,୯୯୯ ଟଙ୍କାରେ ବିକ୍ରୀ ହେଉଛି। ଏହି ଫୋନରେ ୪ ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ ମିଳିବ। ଏହି ଫୋନ ୨୯% ରିହାତି ସହିତ ମିଳୁଛି। ଏହା ସହିତ ୮,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫରରେ ମଧ୍ୟ ମିଳୁଛି।

huawei_nova_3i

Huawei Nova 3iର ଆଜି ଶେଷ ଦିନ ଆମାଜନରେ ୧୭,୯୯୦ ଟଙ୍କାରେ ମିଳୁଛି। ଏହି ଫୋନ ଉପରେ ୧୫,୯୦୦ ଟଙ୍କା ପର‌୍ୟ୍ୟନ୍ତ ଏକ୍ସଜେଞ୍ଜ ଅଫର ମିଳୁଛି। ଏହି ଫୋନରେ ୪ କ୍ୟାମେରା ରହିଛି। ଏଥିରେ ୧୬+୨ର ଡୁଆଲ ରେୟାର କ୍ୟାମେରା ଏବଂ ୨୪+୨ ଡୁଆଲ ଫ୍ରଣ୍ଟ କ୍ୟାମେରା ରହିଛି।

i phone6x

iPhone 6Sକୁ ୩୦,୫୦୦ଟଙ୍କାରେ କିଣାଯାଇ ପାରିବ। ଏଥିରେ ଆପଣଙ୍କୁ ୨ ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ ମିଳିବ।

honor7x

Honor 7Cର ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ବେରିଏଣ୍ଟକୁ ୮,୯୯୯ ଟଙ୍କାରେ କିଣା ଯାଇ ପାରିବ। ଏହି ଫୋନ ସହିତ ୮,୦୦୦ ଟଙ୍କା ପର୍ଯ୍ଯନ୍ତ ଏକ୍ସଚେଞ୍ଜ ଅଫର ମିଳୁଛି।

ON7prime-d-7

Samsung On7 Primeକୁ ୪ ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜର ବେରିୟଣ୍ଟ ୧୦,୯୯୦ ଟଙ୍କାରେ ମିଳୁଛି, ଏହା ସହିତ ୯,୬୭୫ ଟଙ୍କା ପର‌୍ୟ୍ୟନ୍ତଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

vivoVivo Y81କୁ ୧୧,୯୯୦ ଟଙ୍କାରେ କିଣାଯାଇ ପାରିବ। ଏହି ଫୋନରେ ୩ ଜିବି ରାମ ସହିତ ୩୨ ଜିବିର ଷ୍ଟେରେଜ ମିଳିବ ଏବଂ ଏହା ସହିତ ୧୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.