Below header

ହତ୍ୟା ମାମଲା ରୁଜୁ ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ: ମନିଷ ଅଗ୍ରଓ୍ଵାଲଙ୍କ ସ୍ଥାନରେ ଆସିଲେ ଓ୍ଵାଇ.ବିଜୟ

ମାଲକାନଗିରି: ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ମନିଷ ଅଗ୍ରଓ୍ଵାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଦାୟିତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ମାଲକାନଗିରି ନୂଆ ଜିଲ୍ଲାପାଳ ହେଲେ ହେଲେ ଓ୍ଵାଇ.ବିଜୟ । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଡିଏସ୍‌ପି ବଳଭଦ୍ର ଦୀପ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି ।

ଗତ ଡିସେମ୍ବର ୨୭ ତାରିଖ ଦିନ, ସତୀଗୁଡ଼ା ଡ୍ୟାମରୁ ଦେବନାରାୟଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଏ ଘଟଣାକୁ ନେଇ କିଛି ଦିନ ତଳେ ଦେବନାରାୟଣଙ୍କ ପତ୍ନୀ, ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସହ ୪ ଜଣଙ୍କ ନାଁରେ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମାଲକାନଗିରି ଥାନାରେ କେଶ ନମ୍ବର ୪୦୧/୨୦ରେ ମାମଲା ରୁଜୁ ହୋଇଛି। ଲାଗିଛି ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦-ବି ଏବଂ ୩୪।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.