ମାଲକାନଗିରି ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଭିଜିଲାନ୍ସ ଦ୍ୱାରା ଗିରଫ

ଜୟପୁର (କେ ନ୍ୟୁଜ୍) : ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମାଲକାନଗିରି ଯୋଗାଣ ଅଧିକାରୀ । ସିଏସ୍ଓ ଅଭିମନ୍ୟୁ ମହାନ୍ତିଙ୍କ ଠାରୁ କେରାପୁଟ ଭିଜିଲାନ୍ସ ଡିଭିଜିନ୍ ଅଧିକାରୀମାନେ ନଗଦ ୧ ଲକ୍ଷ ୯୧ ହଜାର ୧୪୦ ଟଙ୍କା ଜବତ କରିଛନ୍ତି । ତାଙ୍କ କାର୍ରୁ ୧ ଲକ୍ଷ ୭୯ ହଜାର ୧୪୦ ଟଙ୍କା ଏବଂ ତାଙ୍କ ହ୍ୟାଣ୍ଡବ୍ୟାଗ୍ରୁ ୧୨ ହଜାର ୧୪୦ ଟଙ୍କା ଜବତ ହୋଇଛି । ଏତେ ବିପୁଳ ପରିମାଣର ଟଙ୍କା ସମ୍ପର୍କରେ ସେ କୌଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ ।
ଗତକାଲି ଅଭିମନ୍ୟୁ ଏକ ଇନୋଭା କାର୍ରେ ନିଜ ଗାଁ ବ୍ରହ୍ମପୁରକୁ ଆସୁଥିଲା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କୋରପୁଟ ଜିଲ୍ଲା ବୈପାରିଗୁଡ଼ାରୁ ଦିନ ପ୍ରାୟ ସାଢ଼େ ବାରଟା ବେଳେ ଧରିଥିଲେ । ତାଙ୍କ ଉପରେ ପୂର୍ବ କିଛି ଦିନ ହେଲା ସେମାନେ ନଜର ରଖିଥିଲେ । ଆଜି ତାଙ୍କୁ ଗିରଫ କରି କୋର୍ଟ ଫରଓ୍ଵାର୍ଡ଼ କରାଯିବା ପରେ କୋର୍ଟ ତାଙ୍କୁ ୨୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।