Below header

ଢେଙ୍କାନାଳ: ସରପଞ୍ଚଙ୍କ ମନୋମୁଖୀ କାମକୁ ବିରୋଧ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ

ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ କାବରା ପଞ୍ଚାୟତରେ ସରପଞ୍ଚଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ଓ୍ଵାର୍ଡ ମେମ୍ବରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମ ନିମ୍ନମାନର କରିବା, ଓ୍ଵାର୍ଡ ମେମ୍ବର ମାନଙ୍କୁ ଗୁରୁତ୍ୱ ନଦେବା ଘଟଣାକୁ ନେଇ ଅସନ୍ତୋଷ ବଢୁଛି । ପଞ୍ଚାୟତରେ ଇନ୍ଦିରା ଆବାସ, ବାଦ୍ଧକ୍ୟ ଭତ୍ତା ଆଦି ବୈଠକର ନିଷ୍ପତ୍ତି ଅନୁଯାୟୀ ହେଉ ନଥିବା କୁହାଯାଇଛି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ସ୍ଥିର କରିଛନ୍ତି । ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ଏହାର କୌଣସି ସତ୍ୟତା ନଥିବା କହିଛନ୍ତି । ସେପଟେ ଅଭିଯୋଗ ସମ୍ପର୍କରେ ତୁରନ୍ତ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତିି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.