କିପରି ଜାଣିବେ ଆପଣଙ୍କ ଫୋନ୍ ‘ମେମୋରି କାର୍ଡ’ ଅସଲି ନା ନକଲି, ଚୁଟ୍କିରେ ଜାଣନ୍ତୁ ଉପାୟ

ଆଜିକାଲି ସ୍ମାର୍ଟ ଫୋନରେ ୫୧୨ ଜିବି ପଯ୍ୟର୍ନ୍ତ ଇନ୍-ବିଲ୍ଟ ମେମୋରି(ଷ୍ଟୋରେଜ୍) ମିଳୁଛି। କିନ୍ତୁ ବଜେଟ୍ ଫୋନରେ ଷ୍ଟୋରେଜ୍ କମ୍ ରହୁଛି। ଏମିତିରେ ଲୋକେ ନିଜ ସୁବିଧା ଅନୁସାରେ ସ୍ମାର୍ଟ ଫୋନରେ ମୋମୋରି କାର୍ଡ କିମ୍ବା ଏସ୍ଡି କାର୍ଡ(ସିକ୍ୟୋର୍ ଡିଜିଟାଲ କାର୍ଡ) ବ୍ୟବହାର କରିଥାଆନ୍ତି। ବଜାରରେ ଗୋଟିଏ କମ୍ପାନୀର ମେମୋରି କାର୍ଡ ଅଲଗା ଅଲଗା ମୂଲ୍ୟରେ ଉପଲବ୍ଧ ରହିଥାଏ। ସେଠି କେତେକ ଲୋକଙ୍କୁ ନକଲି ମୋମୋରି କାର୍ଡ ମଧ୍ୟ ମିଳିଯାଇଥାଏ, ଯାହାକି ଗୋଟିଏ ଥର ଫର୍ମାଟ କରିବା ପରେ ନଷ୍ଟ ହୋଇଯାଏ। ତେଣୁ ଆଜି ଆମେ ଆପଣଙ୍କୁ ନକଲି ମେମୋରି କାର୍ଡ ଚିହ୍ନିବାର କିଛି ଉପାୟ ବତାଇବାକୁ ଯାଉଛୁ।
ଟ୍ୟାବଲେଟ୍, ସ୍ମାର୍ଟ ଫୋନ୍, କ୍ୟାମେରା ଏବଂ ଅନ୍ୟ ମୋବାଇଲ୍ ଡିଭାଇସ୍ ପାଇଁ ଅଲଗା ଅଲଗା ମୋମୋରି କାର୍ଡ କିମ୍ବା ଏସଡି କାର୍ଡ ରଖିବାକୁ ପଡ଼ିଥାଏ। ଏମିତି ବି ହୋଇପାରେ ଆପଣଙ୍କ ହାତରେ କୌଣସି ପୁରୁଣା ମେମୋରି କାର୍ଡ ଲାଗିଯାଇପାରେ। ତେଣୁ ଏହା ଜାଣିବା ଜରୁରୀ କି ଏଥିରେ ଦିଆଯାଇଥିବା ଷ୍ଟୋରେଜ୍ ଅସଲି ନା ନକଲି। ତେବେ ଏ ସମସ୍ତ କଥାକୁ ପତ୍ତା ଲଗାଇବା ଏବେ ବହୁତ ସହଜ ହୋଇଯାଇଛି।
-ପ୍ରଥମେ ନିଜ ସ୍ମାର୍ଟ ଫୋନ୍ରେ ଏସଡି ଇନସାଇଟ୍ ନାମରେ ଏକ ଆପ୍ ଗୁଗଲ ପ୍ଲେ ଷ୍ଟୋର୍ରୁ ଡାଉନଲୋଡ୍ କରନ୍ତୁ। ଏହା ଦ୍ୱାରା ଆପଣ ତୁରନ୍ତ ଅସଲି କାର୍ଡ ବିଷୟରେ ସୂଚନା ପାଇଯିବେ। ଥରେ ମାତ୍ର ଆପ୍କୁ ଡାଉନଲୋଡ୍ କରି ଲଞ୍ଚ୍ କରନ୍ତୁ ଏବଂ ତା’ ପରେ ମୋମୋରି କାର୍ଡକୁ ଫୋନରେ ଲଗାନ୍ତୁ।
-ଆପଣଙ୍କ ସ୍କ୍ରିନ ଉପରେ କାର୍ଡ ବନାଉଥିବା କମ୍ପାନୀର ନାମ, କାର୍ଡରେ ଷ୍ଟୋରେଜ୍ କ୍ଷମତା ଏବଂ କାର୍ଡ କେବେ ତିଆରି ହୋଇଥିଲା, ତାହାର ସୂଚନା ଆସିଯିବ। ଯଦି ଆପଣଙ୍କୁ ସ୍କ୍ରିନ୍ ଉପରେ ‘ଏସଡି କାର୍ଡ ଇଜ୍ ଇନଭ୍ୟାଲିଡ୍’ ଭଳି ମେସେଜ୍ ଆସେ, ତା’ହେଲେ କାର୍ଡରେ କିଛି ସମସ୍ୟା ରହିଛି ବୋଲି ଧରିନେବେ।
-କାର୍ଡକୁ ଥରେ ଫର୍ମାଟ କରି ପୁଣି ଚେକ୍ କରିପାରିବେ। ଯଦି ସ୍କ୍ରିନ୍ ଉପରେ ମେସେଜ୍ ‘ଓରିଜିନ୍ ଇଜ୍ ଅନନୋନ୍’ ଆସିଥାଏ, ତା’ହେଲେ କାର୍ଡ ଏମିତି କମ୍ପାନୀର ହୋଇପାରେ, ଯାହାର କାର୍ଡ ବିଷୟରେ ଆପରେ କୌଣସି ସୂଚନା ନ ଥାଏ। କହି ରଖୁଛୁ, ଅନେକ ଥର ଫର୍ମାଟ କରିବା ପରେ ମେମୋରି କାର୍ଡର ଷ୍ଟୋରେଜ୍ କମିଯାଇଥାଏ। ତେଣୁ ଏଥିରୁ ସନ୍ଦେହ କରାଯାଇପାରେ କି, ଏହି ମେମୋରି କାର୍ଡ ନକଲି ଅଟେ।
ଏହାସହ ପଢ଼ନ୍ତୁ: ହ୍ଵାଟସଆପ୍ରେ ଏପରି ଆକ୍ଟିଭେଟ କରନ୍ତୁ ‘ଫିଙ୍ଗରପ୍ରିଣ୍ଟ ଲକ୍ ଫିଚର’
-ଯେତେବେଳେ ଆପଣ ଏସଡି କାର୍ଡ କିଣିଥାଆନ୍ତି, ତାହା ପ୍ୟାକିଙ୍ଗ୍ ହୋଇ ଆସିଥାଏ। କିନ୍ତୁ ଏହା ପରେ ବି ନକଲି କାର୍ଡ ଆପଣଙ୍କ ହାତରେ ଲାଗିଯିବାର ସମ୍ଭାବନା ଥାଏ। ତେଣୁ ଅନ୍ୟ ଦିନେ ଏଭଳି କାର୍ଡ କିଣିବା ସମୟରେ ଦୋକାନୀଙ୍କୁ ନିଶ୍ଚିତ ଭାବେ ଏହାକୁ ଚେକ୍ କରିବାକୁ କୁହନ୍ତୁ। ନଚେତ୍ ତାଙ୍କୁ କହିଦିଅନ୍ତୁ ଯେ କାର୍ଡ ନକଲି ବାହାରିଲେ ଆପଣଙ୍କୁ ଫେରାଇଦେବୁ। ଏହାସାଙ୍ଗକୁ ସବୁବେଳେ ବ୍ରାଣ୍ଡର ମେମୋରି କାର୍ଡ କିଣନ୍ତୁ କିମ୍ବା ଭଲ ଦୋକାନ ବା ସାଇଟରୁ ହିଁ କିଣନ୍ତୁ।